Advertisment

କାହା ସ୍ବାର୍ଥରେ ବିଳାସପୂର୍ଣ୍ଣ ବଙ୍ଗଳା ? ବିବାଦରେ ଧର୍ମଶାଳାର ଦ୍ବିତୀୟ କୁସୁମା ପ୍ରକଳ୍ପ...

ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ ।

ଅଦ୍ୟତନ ହୋଇଛି
undefined

Kusuma Prakalpa in Jajpur

Advertisment

ଯାଜପୁର ଜିଲ୍ଲାରେ ଗୋଟିକ ପରେ ଗୋଟିଏ ବିବାଦୀୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା । କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳା ହେଉ କିମ୍ବା ବଲ୍ଲେ ବଲ୍ଲେ ଢାବା। ବିଜେଡି ଶାସନବେଳେ ସରକାରୀ ତହବିଲରୁ କୋଟି କୋଟି ଟଙ୍କାରେ ଭବ୍ୟ ନିର୍ମାଣ ଛିଡ଼ା ହୋଇଥିଲେ ବି ତା’ର ହିସାବ କିତାବ କାହା ପାଖରେ ନାହିଁ। ଏସବୁ ଭିତରେ ୧୦ କୋଟି ଟଙ୍କାର ନିର୍ମାଣାଧିନ ଦ୍ବିତୀୟ କୁସୁମା ପ୍ରକଳ୍ପ ସନ୍ଦେହ ଘେରକୁ ଆସିଛି । ଅଭିଯୋଗ ହୋଇଛି, କ୍ଷମତାର ଦୂରୁପଯୋଗ କରି ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଛି ।

Advertisment

ପ୍ରଥମେ ବଲ୍ଲେ ବଲ୍ଲେ ଢାବା...ପରେ କୁସୁମାର ଭବ୍ୟ ନିର୍ମାଣ...ଏବେ ନିର୍ମାଣାଧୀନ ଦ୍ବିତୀୟ କୁସୁମା ପ୍ରକଳ୍ପ...ଅଖଣ୍ଡ କ୍ଷମତା ଥିବାବେଳେ ତତ୍କାଳୀନ ବିଜେଡି ସରକାରଙ୍କ ତୃତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତରାୟଙ୍କ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବିବାଦୀୟ ପ୍ରକଳ୍ପକୁ ନେଇ ଏବେ ହୁଲସ୍ତୁଲ୍। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ କଣ୍ଟିଗଡ଼ିଆର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ। ଅଭିଯୋଗ ହୋଇଛି, ରାଜ୍ୟ ପର୍ଯ୍ୟଟନ ବିଭାଗ କୁଆଡ଼େ ଏଠାରେ ନିର୍ମାଣ କରୁଛି ଦ୍ବିତୀୟ କୁସୁମା ପ୍ରକଳ୍ପ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏଠାରେ ବି ବିରାଟ ପୋଖରୀ ଖୋଳି ଛିଡ଼ା କରାଯାଉଛି ଯାଜପୁର ସହରରେ ଥିବା କୁସୁମା ଢାଞ୍ଚାରେ ଦ୍ବିତୀୟ ଭବ୍ୟ ନିର୍ମାଣ। ଯାହାକୁ ପ୍ରଶ୍ନ ଉଠାଇବା ସହ ଚାଷୀ ଏବଂ ସାଧାରଣ ଜନତା ଅଭିଯୋଗ କରିଛନ୍ତି, ଏହି ପ୍ରକଳ୍ପ ଦ୍ବାରା ସଂଲଗ୍ନ ଚାଷ ଜମି ଶୁଷ୍କ ହେବା ସହ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି। ରାସ୍ତା ଗୁଡ଼ିକୁ ଅବରୋଧ କରାଯାଇଛି। 

କୁହାଯାଉଛି, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ତତ୍ତ୍ବାବଧାନରେ ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା କରାଯାଇଥିଲା ନିର୍ମାଣ କାର୍ଯ୍ୟ। ତେବେ କାହିଁକି ଓ କାହା ସ୍ବାର୍ଥରେ ତତ୍କାଳୀନ ବିଜେଡି ସରକାର ସରକାରୀ ତହବିଲରୁ ପାଣି ଭଳି କୋଟି କୋଟି ଟଙ୍କା ମଞ୍ଜୁରୀ କରିଛି ? ଚାଷୀ ଓ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଦଳି ମକଚି କେଉଁ ଉଦ୍ଦେଶ୍ୟ ସାଧନ କରିଥାନ୍ତା ବିଜେଡି ? ଏନେଇ ପ୍ରଣବ ବଳବନ୍ତରାୟଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବାବେଳେ ଜିଲ୍ଲାପାଳ କହିଛନ୍ତି, ଏହାର ତଦନ୍ତ କରାଯିବ। 

Advertisment

ଏପଟେ ଯାଜପୁର ସହରର କୁସୁମା ପୋଖରୀ ଏବଂ ପାର୍କରେ ଥିବା ୯ଟି ଆଲିସାନ୍ କଟେଜର ୧୮ଟି ସୁଟକୁ ନେଇ ଲାଗିରହିଛି ହଟଚମଟ। ଯେଉଁଠିକୁ ବଡ଼ବଡ଼ିଆଙ୍କ ଆତଯାତ ହେଉଥିଲା, ସେଇଠି ଏବେ ସାଧାରଣ ଜନତାଙ୍କୁ ନୋ ଏଣ୍ଟ୍ରି। 

ଶିଶୁ ଉଦ୍ୟାନ ଭିତରେ କାହା ସ୍ବାର୍ଥରେ ଓ କାହା ଅନୁମତିରେ ତିଆରି ହୋଇଥିଲା ଏହି ବିଳାସପୂର୍ଣ୍ଣ ବଙ୍ଗଳା ? କାହା କାମରେ ଲାଗୁଥିଲା ? ସର୍ବୋପରି କେଉଁ ବିଭାଗ କେତେ ଖର୍ଚ୍ଚ କରିଥିଲା ? ତାକୁ ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇଥିବାବେଳେ ପ୍ରେସମିଟ୍ କରି ଏହାର ଜବାବ ରଖି ଯାଜପୁର ପୌରପାଳିକା କହିଛି, କ୍ରୀଡ଼ାର ବିକାଶ ଏବଂ ଖେଳାଳୀଙ୍କ ସୁବିଧା ପାଇଁ କ୍ରୀଡ଼ାବିଭାଗକୁ କୁସୁମା ଜମିରୁ ୨ ଏକର ୪୧ ଡିସିମିଲ୍ ହସ୍ତାନ୍ତର କରାଯାଇଥିଲା। ତେଣେ ଜିଲ୍ଲାପାଳ କହିଛନ୍ତି ଏହି କୁସୁମା ପ୍ରକଳ୍ପରେ CSR ଫଣ୍ଡ ଖର୍ଚ୍ଚ କରାଯାଇଛି। ଭୁବନେଶ୍ବରରୁ ଯାଜପୁର ଜିଲ୍ଲା ଯାଏଁ ଏକାଧିକ ଭବ୍ୟ ନିର୍ମାଣ ଏବଂ ତାକୁ ନେଇ ଲମ୍ବିଥିବା ନାନା ଅଭିଯୋଗ ଭିତରେ ଆଗକୁ କି ସତ ସାମ୍ନାକୁ ଆସୁଛି, ଏବେ ତାକୁ ଅପେକ୍ଷା।

Advertisment

Corruption Corruption In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ