Advertisment

ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ ସଫଳ

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ ।

Agni - 4

Agni - 4

Advertisment

ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ ସଫଳ। ଅବଦୁଲ କଲାମ ଦ୍ୱୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪ ମିଜାଇଲ ୯ ନମ୍ବର ଭର୍ସନର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ICBM ଗ୍ରୁପର ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର । ପରମାଣୁ ଯୁଦ୍ଧାସ୍ତ୍ର ମଧ୍ୟ ବହନ କରିପାରିବ ଅଗ୍ନି-୪ (0.9)। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୪ ନମ୍ବର ଲଞ୍ଚ ପ୍ୟାଡରୁ ରାତି ୭ଟା ୫୫ ମିନିଟ୍ ସମୟରେ ଉତକ୍ଷେପଣ ହୋଇଥିଲା।

Advertisment

୨୦ ମିଟର ଲମ୍ବ ଓ ୧୭ ହଜାର କିଲୋଗ୍ରାମ ଓଜନର ଏହି କ୍ଷେପଣାସ୍ତ୍ର ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ। ଦୁଇଟି ପର୍ଯ୍ୟାୟ ଦେଇ ଏହା ପ୍ରଥମେ ଭୂପୃଷ୍ଠରୁ ଆକାଶକୁ ଗତି କରିଥାଏ। ଶତ୍ରୁ ରାଷ୍ଟ୍ରର ଯେକୌଣସି ସ୍ଥାନକୁ ଏହି କ୍ଷେପଣାସ୍ତ୍ର ସହଜରେ ଲକ୍ଷ୍ୟଭେଦ କରିପାରିବ। DRDOର ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ବୈଜ୍ଞାନିକମାନେ ଏହାର ପରୀକ୍ଷଣ କରିଛନ୍ତି । ଚାନ୍ଦିପୁର ସ୍ଥିତ ITR ର ବରିଷ୍ଠ ବୈଜ୍ଞାନିକମାନେ ଟେଲିମେଟ୍ରିକ ରାଡାର୍ ସିଷ୍ଟମ୍‌ରେ ଏହାର ଲକ୍ଷ୍ୟଭେଦ କ୍ଷମତା ଏବଂ ଗତିବିଧି ଯାଞ୍ଚ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ