Advertisment

ରାସ୍ତା କାମକୁ ବର୍ଷେ ପୁରିନି, ସବୁ ଧସିଗଲାଣି ! ଚାଲିକି ଯିବା ବି ମୁସ୍କିଲ

କେନ୍ଦ୍ରାପଡ଼ାରେ ସାମ୍ନାକୁ ଆସିଲା ରାସ୍ତା ଦୂରବସ୍ଥାର ଚିତ୍ର । ହଳଦିଆଗଡ଼-ପାଟକୁରା ମୁଖ୍ୟ ରାସ୍ତାରୁ ଧସିଲା ମାଟି ।

Road Problem

Road Problem

Advertisment

ପ୍ରଶସ୍ତୀକରଣ କାର୍ଯ୍ୟକୁ ବର୍ଷଟିଏ ପୂରିନି । କେଉଁଠି ରାସ୍ତା ଧସି ଗଲାଣି, ତ ଆଉ କେଉଁଠି ଧୋଇ ଗଲାଣି ମାଟି। କେନ୍ଦ୍ରାପଡ଼ା ଜିଲ୍ଲା ହଳଦିଆଗଡ଼ା-ପାଟକୁରା ନଦୀବନ୍ଧ ରାସ୍ତାକୁ ଏବେ ଭରସା କେବଳ ଏଇ କାଠ ବହ୍ଲା। ଟିକିଏ ଅଧିକ ବର୍ଷା କିମ୍ବା ପାଖରେ ଥିବା ଚିତ୍ରତ୍ପୋଳା ନଦୀରେ ସାମାନ୍ୟ ବନ୍ୟା ଆସିଲେ, ସେ ରାସ୍ତାର ଅବସ୍ଥା ଯେ କଣ ହେବ, ତାହା ନକହିବା ଭଲ ।

Advertisment

ପୂର୍ବ ସରକାର ଅମଳରେ ୨୦୨୨ ଅକ୍ଟୋବରରେ ୧୧ କିଲୋମିଟର ସେ ନଦୀବନ୍ଧ ରାସ୍ତାର ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲା । ୨୦୨୩ ସେପ୍ଟେମ୍ବରରେ ନିର୍ମାଣ କାମ ସରିବାର ଥିଲା। ତେବେ ବିଳମ୍ବରେ ସରିଥିଲେ ବି ଏବେ କାମ ସରୁ ସରୁ ଦେଖିବାକୁ ମିଳିଛି ଦୂରବସ୍ଥା। ପ୍ରାୟ ୩ କିଲୋମିଟର ରାସ୍ତାରେ ଏବେ ଧସି ଗଲାଣି ମାଟି। ତେଣୁ ବାଲି ଓ ମାଟି ପରସ୍ତ ରୋକିବାକୁ ଏବେ କାଠ ବହ୍ଲା ଦେଇ ରାସ୍ତାକୁ ଯୋଗାଇ ଦିଆଯାଇଛି ସୁରକ୍ଷା।

ତେବେ ସେ ନଦୀବନ୍ଧ ରାସ୍ତାର କାମକୁ ଠିକ୍ କରାନଯାଇ, କୋଟି କୋଟି ଟଙ୍କାର ହରିଲୁଟ୍ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

Advertisment

ହଳଦିଆଗଡ଼ାରୁ-ପାଟକୁରା ପର୍ଯ୍ୟନ୍ତ ଏ ନଦୀବନ୍ଧ ରାସ୍ତା ଉପରେ ନିର୍ଭର କରନ୍ତି ପ୍ରାୟ ୫୦ରୁ ଅଧିକ ପଞ୍ଚାୟତର ଲୋକେ। ଦୈନିକ ଯାଆସ କରନ୍ତି ବହୁ ବସ୍ ଓ ଟ୍ରକ୍ ଭଳି ଭାରିଯାନ। ତେଣୁ ରାସ୍ତା ପ୍ରଶସ୍ତୀକରଣ ଲାଗି ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ୧୬ କୋଟି ଟଙ୍କା । କିନ୍ତୁ ଏତେ ଟଙ୍କାର ପ୍ରକଳ୍ପ ସତ୍ତ୍ୱେ ନିର୍ମାଣ କାମର ମାନ ଠିକ୍ ନଥିବା କୁହାଯାଉଛି। ଏପରିକି ନଦୀବନ୍ଧ ରାସ୍ତାରେ ୬ ମିଟର ଉଚ୍ଚର ମାଟି ପୋତା ଯାଇଥିବା ବେଳେ ମାଟିର ସୁରକ୍ଷା ପାଇଁ କଂକ୍ରିଟ୍ ୱାଲ୍ କାହିଁକି ହୋଇନି, ତାକୁ ନେଇ ବି ନେଇ ଉଠିଛି ପ୍ରଶ୍ନ। ତେଣୁ ଏହା ପଛରେ ଦୁର୍ନୀତିର ଗନ୍ଧ ବାରି ଘଟଣାର ଭିଜିଲାନ୍ସ କିମ୍ବା ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

ସେପଟେ ମାଟି ଧସିବା ପଛରେ ମାଟିର ଗୁଣକୁ ଦୋଷ ଦେବା ସାଙ୍ଗକୁ ସରକାରୀ ନିୟମ ଅନୁସାରେ କାମ ଠିକରେ ହୋଇନଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ। ଏବେ ପ୍ରଶ୍ନ ଉଠୁଛି, ମାଟି ଅତଡ଼ା ଧସି ଅସୁରକ୍ଷିତ ଅବସ୍ଥାକୁ ଚାଲି ଆସିଥିବାରୁ ଆଗକୁ ଯଦି ବଡ଼ ବର୍ଷା କିମ୍ବା ବନ୍ୟା ଆସେ, ତେବେ ସ୍ଥିତି କଣ ହେବ ?

Advertisment
Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ