Advertisment

ବଦଳିବ ‘ମୋ ବସ୍‌’ର ନାଁ ! ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

ପ୍ରଥମେ ମୋ ବସ୍‌ର ବ୍ୟବସ୍ଥା ବଦଳିବ ତା’ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ ବସ୍‌ର ନାମ ଓ ରଙ୍ଗ ବଦଳିବ । ଲୋକଙ୍କ ଦାବି ଅଛି ବସ୍‌ ସେବା ଚାଲୁ ରହୁ ଏବଂ ଅଧିକ ବସ୍‌ ଚାଲୁ। ତେଣୁ ବସ୍‌ ସେବା ଜାରି ରହିବ ଏବଂ ଅଧିକ ବସ୍‌ ଚାଲିବ ।

ଅଦ୍ୟତନ ହୋଇଛି
Mo Bus To Be Renamed

Mo Bus

Advertisment

ରାଜଧାନୀରେ ଚାଲୁଥିବା ମୋ ବସର ନାମ ପରିବର୍ତ୍ତନ ହୋଇ ‘ଆମ ବସ୍‌’ ହୋଇପାରେ । ମୁଁ କିମ୍ୱା ‘ମୋ’ରେ କିଛି ହୁଏ ନାହିଁ । ଆମ ସରକାର ଏବଂ ଲୋକଙ୍କ ସରକାର । ତେଣୁ ‘ଆମ ବସ୍‌’ ନାମ ରହିଲେ ଭଲ ହେବ । ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Advertisment

ଲକ୍ଷ୍ମୀ ବସ୍‌ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ସେ କହିଛନ୍ତି ପ୍ରଥମେ ମୋ ବସର ବ୍ୟବସ୍ଥା ବଦଳିବ ତା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ ବସର ନାମ ଓ ରଙ୍ଗ ବଦଳିବ । ଲୋକଙ୍କ ଦାବି ଅଛି ବସ୍‌ ସେବା ଚାଲୁ ରହୁ ଏବଂ ଅଧିକ ବସ୍‌ ଚାଲୁ। ତେଣୁ ବସ୍‌ ସେବା ଜାରି ରହିବ ଏବଂ ଅଧିକ ବସ୍‌ ଚାଲିବ।

ଅଧିକ ପଢ଼ନ୍ତୁ: ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି-ମଣତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଶହ ବିଦ୍ୟୁତ ଚାଳିତ ବସ୍‌ ଓଡ଼ିଶାକୁ ଦେଉଛନ୍ତି । ଅତିଶୀଘ୍ର ଓଡ଼ିଶାରେ ପହଂଚିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ୪୦୦ ବସ୍‌ ମଧ୍ୟରୁ ଭୁବନେଶ୍ୱର ଓ କଟକରେ ଶହେ ଲେଖାଏଁ ବସ୍‌ ରହିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଅନୁସାରେ ଆଜି ମାଷ୍ଟରକ୍ୟାଣ୍ଟିନ ଠାରୁ ମୋ ବସରେ ବସି ମନ୍ତ୍ରୀ ପ୍ରେସ୍‌ ଛକ ପର୍ଯ୍ୟନ୍ତ ଆସିଲେ ଏବଂ ଯାତ୍ରୀଙ୍କ ସହ ସୁଖ ଦୁଃଖ ହେଲେ ଏବଂ ଷ୍ଟାଫଙ୍କ ସୁବିଧା ଅସୁବିଧା ମଧ୍ୟ ବୁଝିଥିଲେ।

Advertisment
Mo Bus Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ