Advertisment

Badri Patra:ଦେବାଶିଷ ଓ ରାଜା ସ୍ବାଇଁଙ୍କ ପରେ ବିଜେଡିରେ ‘ବଦ୍ରି’ ବାଣ, ଅକଳରେ ବିଜେଡିର ଶୀର୍ଷ ନେତୃତ୍ବ

ଦେବାଶିଷ ଓ ରାଜା ସ୍ବାଇଁଙ୍କ ପରେ ବିଜେଡିରେ ପୁଣି ବଦ୍ରି ବାଣ। ଦଳର ମଙ୍ଗ ଧରିଥିବା ନେତାଙ୍କୁ ଦେଲେ ସୀମା ନଟପିବାର ଚରମ ବାଣୀ। ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ ପ୍ରସଙ୍ଗକୁ ନେଇ ପରୋକ୍ଷରେ ପାଣ୍ଡିଆନଙ୍କ ଉପରେ ନିଶାନା ସାଧିବା ସହ ଶୀର୍ଷ ନେତୃତ୍ବ ଆସ୍ଥା ହରାଇବାରୁ ତଳ ସ୍ତରର କର୍ମୀ ଦଳ ଛାଡୁଥିିବା କହିଛନ୍ତି ବଦ୍ରି। ଏପଟେ ଛାମୁଆ ସଂଗଠନ ସଭାପତି ଘୋଷଣା ପରେ ଅସନ୍ତୋଷ ବଢୁଥିବାରୁ ଆହୁରି ଅକଳରେ ଶୀର୍ଷ ନେତୃତ୍ବ।

badri patra

badri patra

Advertisment

ପ୍ରଥମେ ଦେବାଶିଷ, ତାପରେ ରାଜା ସ୍ବାଇଁ ଆଉ ଏବେ ବଦ୍ରି ପାତ୍ର । ବରିଷ୍ଠଙ୍କ ଟାର୍ଗେଟରେ ଶୀର୍ଷ ନେତୃତ୍ବ । ଆଉ ଦଳ ପରିଚାଳନା ଦାୟିତ୍ବ ନେଇଥିବା ନେତା । ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ଆଜି ଦଳରେ ବଡ଼ ବିସ୍ଫୋରଣ କରି ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା ସାଧିଛନ୍ତି। କହିଛନ୍ତି, ଆଇ ଆମ୍ ଡାଉନ୍ ବଟ ନଟ୍ ଆଉଟର ଅର୍ଥ କ'ଣ ମୁଁ ଜାଣେନି। ତାର ଅର୍ଥ କଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝି ଥିବେ। ହେଲେ ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ସୁଜାତା କାର୍ତ୍ତିକେୟନ ଦଳକୁ ଆସିବାରେ ମନା ନାହିଁ। କିନ୍ତୁ ସମସ୍ତେ ନିଜ ସୀମା ଜାଣିବା ଆବଶ୍ୟକ ବୋଲି କଡ଼ା ପ୍ରତିକ୍ରିୟା ରଖିବା ସହ ଏଇ ସୀମା ଉଲ୍ଲଂଘନ ପାଇଁ ୨୦୨୪ ବିପର୍ଯ୍ୟୟ ହେଲା ବୋଲି କହିଛନ୍ତି ବଦ୍ରି।

Advertisment

ସେହିପରି ବର୍ତ୍ତମାନ ଦଳ ଭିତରେ ଦ୍ବନ୍ଦ୍ବ ବଢୁଛି। ଶୀର୍ଷ ନେତୃତ୍ବ ଆସ୍ଥା ହରାଉଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ୁଛନ୍ତି। ତେଣୁ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ହିଁ ବୁଦ୍ଧିମାନର କାମ ହେବ ବୋଲି ବଦ୍ରି କହିଛନ୍ତି। ତେବେ ବଦ୍ରିଙ୍କ ମନ୍ତବ୍ୟ ଉପରେ ଦଳର ପ୍ରତିକ୍ରିୟା ହେଲା, ଦଳ ସଂଗଠିତ ଅଛି, କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଗୁରୁତ୍ବ ମିଳୁନାହିଁ।...

ଆଉ ଏପଟେ ବିଜେଡି ଯୁବ ଓ ଛାତ୍ର ସଭାପତି ଘୋଷଣା ହେବା ପରେ ଦଳ ଭିତରେ ଦାନା ବାନ୍ଧିଲାଣି ଅସନ୍ତୋଷ। ପାଣ୍ଡିଆନ୍ ପନ୍ଥୀଙ୍କୁ ହିଁ ଦାୟିତ୍ବ ମିଳୁଛି ବୋଲି କିଛି ଯୁବ ନେତା ଅନୁଭବ କରି ମେଳି ଆରମ୍ଭ କଲେଣି। ଯୁବ ଅପେକ୍ଷା ଛାତ୍ରରେ ବେଶି କନ୍ଦଳ। ମୁଖିଆଙ୍କ ନିକଟକୁ ଯାଇ ଏବାବଦରେ ଅବଗତ କରାଇବାକୁ ପ୍ରସ୍ତୁତି ବି ଆରମ୍ଭ ହେଲାଣି। ଅପରପକ୍ଷେ ଯୁବ ଓ ଛାତ୍ର ସଭାପତି ବି ଦଳ ଭିତରେ ମନାନ୍ତର ଥିବା କଥା ସ୍ବୀକାର କରିଛନ୍ତି। ତେବେ ସମସ୍ତଙ୍କୁ ନେଇ ଆଗାମୀ ଦିନରେ ଲଢେଇ ହେବ ବୋଲି ଉଭୟ ସଭାପତି ଆଶା ରଖିଛନ୍ତି।...

Advertisment

 ଜଣକ ପରେ ଜଣେ ବରିଷ୍ଠ ଦଳରେ ଚାଲିଥିବା ଏକଛତ୍ରବାଦ ନୀତି ଓ ପାଣ୍ଡିଆନ ପଲିସିକୁ ବିରୋଧ କରିବା ଆରମ୍ଭ କଲେଣି। କନ୍ଦଳ ତୃଣମୂଳ ସ୍ତରରେ ଜଳ ଜଳ ହୋଇ ଦିଶିଲାଣି। ଯେଉଁଥିପାଇଁ ମହିଳା ସଭାନେତ୍ରୀ ଓ ୫ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଏଯାଏ ଘୋଷଣା ହୋଇପାରିନାହିଁ।

BJD Raja Swain Badri Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ