Advertisment

Shrimandira Parichalana Committee: ଶ୍ରୀମନ୍ଦିର ପରିଚାଳନା କମିଟି ନବକଳେବର, ୮ ମାସ ହେବ ଘୋଷଣା ହୋଇପାରୁନି ନୂଆ କମିଟି

ନୂଆ କମିଟିର ଘୋଷଣା ପାଇଁ ଏଇ ସପ୍ତାହ-ଆସନ୍ତା ସପ୍ତାହ କହି ଖାଲି ସମୟ ଗଡ଼ା ଚାଲିଛି ଯାହା। ଏହାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ତେଜୁଥିଲା ବେଳେ ଏହାର ପ୍ରଭାବ ଆଗାମୀ ରଥଯାତ୍ରା ଉପରେ ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

shree mandir

shree mandir

Advertisment

୮ ମାସ ହେଲାଣି କାର୍ଯ୍ୟକାଳ ସରିଲାଣି। ହେଲେ ଏଯାଏଁ ହୋଇପାରୁନି ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର। ନୂଆ କମିଟିର ଘୋଷଣା ପାଇଁ ଏଇ ସପ୍ତାହ-ଆସନ୍ତା ସପ୍ତାହ କହି ଖାଲି ସମୟ ଗଡ଼ା ଚାଲିଛି ଯାହା। ଏହାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ତେଜୁଥିଲା ବେଳେ ଏହାର ପ୍ରଭାବ ଆଗାମୀ ରଥଯାତ୍ରା ଉପରେ ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ହେଲେ ଆଇନ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନାରେ କୌଣସି ଅସୁବିଧା ହେବ ନାହିଁ।

Advertisment

ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍‌ର ନିଦ

ଗତମାସ 29 ତାରିଖରେ ଆଇନ ମନ୍ତ୍ରୀଙ୍କ ଏ ବୟାନ ପରେ ଏ ମାସରେ ଆଉ ଏକ 29 ତାରିଖ ଆସିବାକୁ ମାତ୍ର 4 ଦିନ। ହେଲେ ଏଯାଏଁ ଗଢ଼ା ହୋଇପାରିନି ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି।...ଗତବର୍ଷ ରଥଯାତ୍ରା ପରେ ଅଗଷ୍ଟ ମାସରେ ଶେଷଥର ପାଇଁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବାସ୍ ତାପରେ 8 ମାସ ହେବ କାର୍ଯ୍ୟକାଳ ସରିଥିଲେ ବି ନୂଆ ପରିଚାଳନା କମିଟି ଗଢାଯିବାକୁ ନେଇ ଏମିତି ଆଜି କାଲି ସମୟ ଗଡ଼ା ଚାଲିଛି। ବଡ଼ କଥା ହେଉଛି ମୁଣ୍ଡ ଉପରେ ସ୍ନାନଯାତ୍ରା ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ତା ସତ୍ତ୍ବେ ଏଯାଏଁ ଥରୁଟିଏ ବି ପରିଚାଳନା କମିଟି ବୈଠକ ବସିନଥିଲା ବେଳେ ନୂଆ ପରିଚାଳନା କମିଟି ଗଠନ ହୋଇ ନଥିବାରୁ ଆଗକୁ କେବେ ବସିବ ତାର ଉତ୍ତର ବି କାହା ପାଖରେ ନାହିଁ। ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା ବେଳେ, ଯଦି ବିନା ଶ୍ରୀମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିର ଚାଲିପାରୁଛି, ତାହେଲେ କମିଟି କାହିଁକି ଗଢ଼ାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ।

Advertisment

ମହାପ୍ରଭୁଙ୍କ ରଥଯାତ୍ରା ହେଉ କି, ଅନ୍ୟ ସବୁ ଶୃଙ୍ଖଳିତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ସୁପରିଚଳାନାର ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗଜପତିଙ୍କ ଅଧ୍ୟକ୍ଷତାରେ ଗଠିତ ପରିଚାଳନା କମିଟି ହିଁ ନେଇଥାଏ। ହେଲେ ୨୦୨୪ ସେପ୍ଟେମ୍ବର 2 ତାରିଖରୁ କମିଟିର କାର୍ଯ୍ୟକାଳ ସରିଥିଲେ ବି ନୂଆ କମିଟି ଗଢାଯିବାରେ ଏତେ ବିଳମ୍ବର କାରଣକୁ ନେଇ ଉଠିଛି ପ୍ରଶ୍ନ। ସେବାୟତଙ୍କ କହିବା କଥା ନୂଆ କମିଟିରେ କାହାକୁ ନିଆଯିବ, ନ ନିଆଯିବ ସେ ଅଙ୍କ ଛିଡୁ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ସ୍ଥାନୀୟ ବିଧାୟକ ମଧ୍ୟ ରାଜନୀତିର ଉପରକୁ ଉଠି ଆଗାମୀ ସ୍ନାନ ଓ ରଥଯାତ୍ରାର ସୁପରିଚାଳନା ପାଇଁ ତୁରନ୍ତ ନୂଆ ପରିଚାଳନା କମିଟି ଗଠନ କରିବାକୁ ଦାବି କରିଛନ୍ତି। ତେବେ ଆଇନ ମନ୍ତ୍ରୀ କହିଛନ୍ତି ନୂଆ ପରିଚାଳନା କମିଟିରେ କାହାକୁ ନିଆଯିବ ସେ ନେଇ ତର୍ଜମା ଚାଲିଛି। କିନ୍ତୁ କେବଳ କମିଟିର ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟକାଳ ସରିଥିବାରୁ ଗଜପତିଙ୍କ ଅଧ୍ୟକ୍ଷତାରେ ଥିବା କମିଟି ଏବେ ବି ପରିଚାଳନାର ସବୁ ନିଷ୍ପତ୍ତି ନେଇ ପାରିବେ।

ନୂଆ ପରିଚାଳନା କମିଟି ଗଢା ହୋଇ ନଥିବାରୁ ଛତିଶା ନିଯୋଗ ବୈଠକ ବସି ଆଗାମୀ ରଥଯାତ୍ରାର ସମସ୍ତ ନୀତିନିର୍ଘଣ୍ଟ ପାରିତ ହୋଇଛି। ଏଠି ପ୍ରଶ୍ନ ଉଠୁଛି ବିନା ପରିଚାଳନା କମିଟି ଅନୁମୋଦନରେ ପାରିତ ହୋଇଥିବା ଏ ନୀତିନିର୍ଘଣ୍ଟ ଆଗାମୀ ରଥଯାତ୍ରା ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିବନି ତ? ଏଇ ଆଳରେ ପରିଚାଳନା କମିଟିର ଭୂମିକା ଗୌଣ କରାଯିବାର ଉଦ୍ୟମ ହେଉ ନାହିଁ ତ? ଏଭଳି ପ୍ରଶ୍ନ ଭିତରେ କେବେ ଅଙ୍କ ଛିଡୁଛି ଓ ନୂଆ ପରିଚାଳନା କମିଟି ଗଢ଼ା ହେଉଛି ଏବେ ତା ଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଦୁଇ ପ୍ରସ୍ତାବ ପାରିତ, ଜାତିଭିତ୍ତିକ ଜନଗଣନାକୁ ମିଳିଲା ମଞ୍ଜୁରୀ

Puri Ratha Jatra Shree Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ