Advertisment

ବଳଭଦ୍ର ପଡ଼ିଯିବା ଘଟଣା; ତଦନ୍ତକୁ ନେଇ ଅସନ୍ତୁଷ୍ଟ ସେବାୟତ !

'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'

Balabhadra Pahandi

Balabhadra Pahandi

Advertisment

ଶ୍ରୀବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ସେବାୟତ । ତଦନ୍ତ କରୁଥିବା ତିନି ଜଣିଆ କମିଟି ପ୍ରତିହାରୀ ନିଯୋଗ ସହ ଆଲୋଚନା ନକରିବା କିମ୍ବା ତଦନ୍ତ ପରିସର ଭୁକ୍ତ କରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ପ୍ରତିହାରୀ ନିଯୋଗ।

Advertisment

ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ଅଭିଯୋଗ ଆଣିଛନ୍ତି ଯେ, ଗୋଟିଏ ନିର୍ଦ୍ଦିଷ୍ଟ ସେବାୟତ ଗୋଷ୍ଠୀଙ୍କୁ ରକ୍ଷା ଲାଗି ହୀନ ଚକ୍ରାନ୍ତ ଚାଲିଛି। ପ୍ରଶାସନ ଏଥିରୁ କ୍ଷାନ୍ତ ରହିବା ଉଚିତ୍, ନଚେତ୍ ଆଗକୁ ବିଶୃଙ୍ଖଳା ଲାଗିରହିବ। ଗତକାଲି ତିନି ଜଣିଆ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରିପୋର୍ଟ ଦେଇଥିଲା । ରିପୋର୍ଟକୁ ଆସନ୍ତା ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଜୁଲାଇ ୯ ତାରିଖରେ ତାଳଧ୍ୱଜ ରଥରେ ଘଟିଥିଲା ଏହି ବଡ଼ ଅଘଟଣ। ପହଣ୍ଡି ଦାୟିତ୍ୱରେ ଥିବା ସେବକମାନଙ୍କ ଚରମ ଅବହେଳାରୁ ଚାରମାଳ ଉପରେ ହାମୁଡ଼େଇ ପଡ଼ିଥିଲେ ବଡ଼ଠାକୁର। ସେତେବେଳେ କେବଳ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା ଓ ପୁଷ୍ପାଳକଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୪୦ଜଣ ରହିବାର ନିୟମ କହିଛି। କିନ୍ତୁ ସେଦିନ ସେବା ନଥିବା ଅନଧିକୃତ ବ୍ୟକ୍ତିଙ୍କୁ ମିଶାଇ ଶତାଧିକ ସଂଖ୍ୟାରେ ଲୋକ ରଥ ଉପରେ ଚଢ଼ିଥିଲେ। ସେବକ ପହଣ୍ଡିକୁ ଗୁରୁତ୍ୱ ଦେବା ବଦଳରେ ଫଟୋ ପୋଜରେ ମାତିଥିଲେ। ଯାହାକୁ ନେଇ ଘଟଣା ପରେ ଖୋଦ୍ ବଳଭଦ୍ର ଓ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି କଡ଼ା ପ୍ରତିକ୍ରିୟା ରଖିଥିଲେ।

Advertisment

ଏପରିକି ହଡପନାୟକ ସେଦିନ ଠାକୁରଙ୍କୁ ବିଡିଆ ଦେବାରେ ବିଳମ୍ବ କରିବାରୁ ପହଣ୍ଡି ବିଳମ୍ବ ହୋଇଥିବା ଅଭିଯୋଗ ଆସିଥିଲା। ଏ ଅଘଟଣ ଜୁଲାଇ ୯ରେ ଘଟିଲା, ଜୁଲାଇ ୧୯ରେ ନୀଳାଦ୍ରି ବିଜେ ସରିଲା। ନୀଳାଦ୍ରି ବିଜେର ୧୦ଦିନ ଭିତରେ ଅର୍ଥାତ୍ ଜୁଲାଇ ୨୯ ତାରିଖ ସୁଦ୍ଧା ତିନି ଜଣିଆ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସେତେବେଳର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ ଆଧାରରେ ଆକ୍ସନ ହେବା କଥା। ହେଲା ୟା ଭିତରେ ଅନେକ ଦିନ ବିତିଗଲା ସିନା କାର୍ଯ୍ୟାନୁଷ୍ଠାନ ଶୂନ୍। ତେଣେ ଗତ ୧ ତାରିଖରେ ତିନିଜଣିଆ ଟିମଙ୍କୁ ତାଗିଦ୍ କରାଯାଇଥିଲା ୧୫ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦିଅ ବୋଲି କୁହାଯାଇଥିଲା । ଏହି କ୍ରମରେ ଆକ୍ଟିଭ୍ ମୋଡ୍‌କୁ ଆସିଯାଇଛି ଇନକ୍ୱାରି କମିଟି । ତଦନ୍ତ ଆରମ୍ଭ ହୋଇଛି, ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

Advertisment

Srimandir Lord Jagannath Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ