Advertisment

ବନ୍ୟପ୍ରାଣୀଙ୍କ ଭିଡିଓ ଥିବା ପୋଷ୍ଟ ଡିଲିଟ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଆକାଉଣ୍ଟଧାରୀ ସହ ସୋସିଆଲ୍ ମିଡିଆ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ । କଡ଼ା ଚେତାବନୀ ଶୁଣାଇଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

Forest Department

Forest Department

Advertisment

ଆକ୍ସନ ମୋଡ୍ ରେ ବନବିଭାଗ। ବନ୍ୟପ୍ରାଣୀଙ୍କ ଭିଡିଓ ଥିବା ପୋଷ୍ଟ ଡିଲିଟ୍ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଉଭୟ ଆକାଉଣ୍ଟଧାରୀ ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Advertisment

ବନ୍ୟପ୍ରାଣୀଙ୍କୁ ନିର୍ଯାତନା ଦେବାର ଓ ଉଦ୍ଧାର ବେଳର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ଏବଂ ବେଆଇନ ଭାବେ ୨ଟି ଜୀବନ୍ତ ସାପ ରଖିଥିବା ଅଭିଯୋଗରେ ଭଦ୍ରକର ମିର୍ଜା ମହମ୍ମଦ ଆରିଫଙ୍କୁ ଗିରଫ କରିଛି ବନ ବିଭାଗ। ତାଙ୍କୁ ଆଜି କୋର୍ଟ ଚାଲାଣ ପରେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ଯେ, ବନ୍ୟପ୍ରାଣୀଙ୍କ ଏଭଳି ଭିଡିଓ ଦ୍ୱାରା ଅନ୍ୟ ବ୍ୟକ୍ତି ପ୍ରଭାବିତ ହେଉଛନ୍ତି ଓ ବନ୍ୟପ୍ରାଣୀଙ୍କ ଉପରେ ଖରାପ ପ୍ରଭାବ ପଡୁଛି ।

ଏଭଳି ଭିଡିଓ ପୋଷ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ସତ୍ବେ ଅଭିଯୁକ୍ତ ଏହା କରି ନଥିଲେ। ଆଜି ବେଆଇନ ଭାବେ ଦୁଇଟି ଜୀବନ୍ତ ସାପ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ନିଷିଦ୍ଧ ବନ୍ୟପ୍ରାଣୀଙ୍କ ଭିଡିଓ ଥିବା ଆକାଉଣ୍ଟକୁ ନିର୍ଦ୍ଧାରିତ ସମୟରେ ଡିଲିଟ କରିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ନୋଟିସ ରିମାଇଣ୍ଡର ଦିଆଯାଉଛି। ଏଭଳି ଆକାଉଣ୍ଟ ସଂପର୍କରେ ବନବିଭାଗର JTF କ୍ରାଇମ ସେଲ୍ ତଦନ୍ତ କରୁଛି। ତେଣୁ ଯେଉଁ ମାନଙ୍କ ଆକାଉଣ୍ଟରେ ବନ୍ୟପ୍ରାଣୀଙ୍କ ଭିଡ଼ିଓ ଅଛି, ତାହାକୁ ତୁରନ୍ତ ହଟାନ୍ତୁ ବୋଲି ଚେତାବନୀ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ