ଛାତ୍ର ରାଗିଂ ଘଟଣାରେ ଆକ୍ସନ୍, ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍

ଜୁନିୟରଙ୍କୁ ସିନିୟର ଛାତ୍ର ରାଗିଂ ଘଟଣାରେ ଆକ୍ସନ୍ । ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀ ପିଲା । ଜୁନିୟରଙ୍କୁ ଠେଙ୍ଗା, ବାଡି, ଟାଙ୍ଗିଆରେ ମାଡ଼ ମରାଯାଇଥିବା ଅଭିଯୋଗ ।

Hostel Ragging Incident

ରାଗିଂ ଘଟଣାରେ ଆକ୍ସନ। ଜୁନିୟର ଛାତ୍ରଙ୍କୁ ମାଡ଼ ଘଟଣାରେ ୭ ସିନିୟର ଛାତ୍ର ସସପେଣ୍ଡ । ନୂଆପଡା ତରବୋଡ଼ ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ଦଶମ ଶ୍ରେଣୀର ୨୨ ଜଣ ଛାତ୍ରଙ୍କୁ ମାଡ଼ ମାରିଥିଲେ ଦ୍ୱାଦଶ ଶ୍ରେଣୀର ଛାତ୍ର। କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀର ପିଲା। ପ୍ରିନ୍ସିପାଲ ଘଟଣାରେ ସମ୍ପୃକ୍ତ ୭ ଛାତ୍ରଙ୍କୁ ସସପେଣ୍ଡ କରିଛନ୍ତି। ଗତ ରାତିରେ ହଷ୍ଟେଲରେ କମେଣ୍ଟ ମାରାକୁ କେନ୍ଦ୍ର କରି ଜୁନିୟର-ସିନିୟର ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜୁନିୟର ଛାତ୍ରଙ୍କୁ ଠେଙ୍ଗା, ବାଡି, ଟାଙ୍ଗିଆରେ ମାଡ଼ ମାରି ଗୁରୁତର ଆହତ କରିଥିଲେ l