Suicide Attempt: ଏକତରଫା ପ୍ରେମରୁ ଗଳାକାଟି ମାରିଥିଲା, ଏବେ ଧରାପଡ଼ିବାରୁ ବିଷ ପିଇଦେଲା ପାଗଳ ପ୍ରେମିକ

ଏକତରଫା ପ୍ରେମରୁ ବାଲେଶ୍ୱର ସୋରରେ ଯୁବତୀଙ୍କୁ ହତ୍ୟା ଘଟଣା । ୩ ଦିନ ପରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । ପୋଲିସକୁ ଦେଖି ସେ ବିଷ ପିଇ ଦେଇଥିବା ସୂଚନା ।

ପୋଲିସକୁ ଦେଖି ବିଷ ପିଇଦେଲା ହତ୍ୟା ଅଭିଯୁକ୍ତ

ଏକତରଫା ପ୍ରେମରୁ ଯୁବତୀଙ୍କୁ ଗଳାକାଟି ମାରିଥିଲା । ହତ୍ୟାକାଣ୍ଡ ଘଟାଇ କୁଆଡେ ଫେରାର୍ ହୋଇଯାଇଥିଲା । ଏବେ ୩ ଦିନ ପରେ ପୋଲିସ ହାତରେ ଧରାପଡିବାରୁ ଭୟରେ ବିଷ ପିଇଦେଲା ପାଗଳ ପ୍ରେମିକ । ସୋର ଲିଙ୍ଗପଡ଼ାରେ ଯୁବତୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । ସେ ପୋଲିସକୁ ଦେଖି ବିଷ ପିଇଥିବା ସୂଚନା ମିଳିଛି । ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ଲିଙ୍ଗପଡାର ସମ୍ପୃକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଉଥିଲା । ସେ ରାଜି ନହେବାରୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତକୁ ଧରିବାକୁ ପୋଲିସ ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ତା'ର ଟେର୍ ପାଇନଥିଲା ।

ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ତଳସାହି ନିକଟ ଏକ ଜଙ୍ଗଲରେ ବୁଲୁଥିବା ଦେଖାଯାଇଥିଲା । ଖବର ପାଇ ପୋଲିସ ମଧ୍ୟ ରାତିରେ ଜଙ୍ଗଲ ଭିତରେ ଲୁଚି ରହିଥିଲା । ଆଜି ସକାଳୁ ସକାଳୁ ଅଭିଯୁକ୍ତ ଯୁବକ ପୋଲିସକୁ ଦେଖି ଦୌଡିଥିଲା । ପୋଲିସ ମଧ୍ୟ ତା'ର ପିଛା କରୁଥିବାବେଳେ ଗିରଫ ଭୟରେ ବିଷ ପିଇ ଦେଇଥିଲା ଅଭିଯୁକ୍ତ ।

ପୋଲିସ ତାକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 
 

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା