Advertisment

ରାଜଧାନୀରେ ଶହ ଶହ ବେଆଇନ୍ ଆପାର୍ଟମେଣ୍ଟ, ମନ୍ତ୍ରୀ ଦେଲେ ଆଖି ତରାଟିଲା ଭଳି ତଥ୍ୟ

ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ?

undefined

Illegal Apartments

Advertisment

ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ । ସେଭିତରୁ କେବଳ ରାଜ୍ୟ ରାଜଧାନୀର ଛାତି ଉପରେ ଆଇନ ଉଲ୍ଲଂଘନ କରି ତିଆରି ହୋଇଥିବା ଆପାର୍ଟମେଣ୍ଟ ଓ କୋଠାବାଡ଼ି ବିରୋଧରେ ୬୮୯ଟି ମାମଲା ରୁଜୁ ହୋଇଛି । ଆଜି ବିଧାନସଭାରେ ଆଖି ଖୋସିଦେଲା ଭଳି ତଥ୍ୟ ରଖିଛନ୍ତି ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।

Advertisment

ସେପଟେ ପୁରୁଣା ଆପାର୍ଟମେଣ୍ଟଗୁଡ଼ିକ ପାଇଁ ନିୟମ କୋହଳ କହି NOC ଦିଆଯିବା ଉଚିତ୍ ବୋଲି କହିଛି ରିୟଲ୍ ଇଷ୍ଟେଟ୍ ସଂଘ । ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ? ଏମିତି ପ୍ରଶ୍ନ ଆମେ ଏଥିପାଇଁ ପଚାରୁଛୁ, କାରଣ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଗଢିଉଠିଛି ମାଳମାଳ ବେଆଇନ୍ ଆପାର୍ଟମେଣ୍ଟ ।

ଯାହାର ବାସ୍ତବ ଚିତ୍ର ନଗର ଉନ୍ନୟନ ବିଭାଗ ପାଖରେ ବି ନାହିଁ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ବେଆଇନ୍ ଭାବେ ରାଜ୍ୟରେ କେତେ ସଂଖ୍ୟକ ବେଆଇନ୍ ଆପାର୍ଟମେଣ୍ଟ ତିଆରି ହୋଇଛି ତାର ଆକଳନ ହୋଇନି ।

Advertisment

ତେବେ ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଥିବା କୋଠାବାଡି ବିରୁଦ୍ଧରେ ୭୧୯ଟି ମାମଲା ରୁଜୁ ହୋଇଛି । ସେ ଭିତରୁ ୬୮୯ଟି ମାମଲା କେବଳ ଭୁବନେଶ୍ୱରରେ ଥିବା ବେଆଇନ କୋଠାବାଡ଼ି ବିରୁଦ୍ଧରେ ହୋଇଛି । ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

ସେପଟେ ରିୟଲ ଇଷ୍ଟେଟ୍ କର୍ମୀ କହିଛନ୍ତି ରାଜ୍ୟରେ ହଜାର ହଜାର ବେଆଇନ୍ କୋଠାବାଡ଼ି ନିର୍ମାଣ ହୋଇଛି । ଯେଉଁମାନେ କଷ୍ଟ ଅର୍ଜିତ ଟଙ୍କାରେ ଫ୍ଲାଟ କିଣିଛନ୍ତି ସେଗୁଡିକ ମଧ୍ୟରୁ ଅଧିକାଂଶ ବିଲଡିଂର ଫାୟାର ସେଫଟି ସାର୍ଟିଫିକେଟ୍, ଅକୁପେନସି ସାର୍ଟିଫିକେଟ୍, ପ୍ଲାନ୍ ଆପ୍ରୋଭାଲ୍ ସାର୍ଟିଫିକେଟ୍ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ୍ ନାହିଁ ।

Advertisment

ଅପରପକ୍ଷେ କ୍ରେଡାଇ କହିଛି ବହୁ ବର୍ଷ ପୂର୍ବରୁ ଆପାର୍ଟମେଣ୍ଟଗୁଡିକ ତିଆରି ହୋଇ ତାହା ଲୋକଙ୍କୁ ହସ୍ତାନ୍ତର ହୋଇଛି । ସରକାର ଏବେ ନୂଆ ନିୟମ ଆଣିଛନ୍ତି । ତେଣୁ ପୁରୁଣା ଆପାର୍ଟମେଣ୍ଟଗୁଡ଼ିକୁ ନୂଆ ନିୟମରୁ ବାଦ ଦେବାକୁ ଦାବି କରିଛି ରିୟଲ ଇଷ୍ଟେଟ୍ ସଂଘ । ନୂଆ ଆପାର୍ଟମେଣ୍ଟ ଅଧିନିୟମ ସତ୍ତ୍ୱେ ରାଜ୍ୟରେ ପ୍ରତିଦିନ ଛତୁ ଫୁଟିଲା ପରି ଗଢିଉଠୁଛି ବେଆଇନ୍ କୋଠାବାଡ଼ି । ଏହା ଉପରେ କିପରି ରୋକ୍ ଲାଗିପାରିବ ତାହା ଏବେ ବଡ଼ ପ୍ରଶ୍ନ ।

Built Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ