Advertisment

Dadan: ଚର୍ଚ୍ଚାରେ ପୋଲିସ-ସର୍ଦ୍ଦାର ଦୋସ୍ତି; ସର୍ଦ୍ଦାର-IICଙ୍କ ମଧ୍ୟରେ ଡିଲ୍ ଚାଲିଥିବା ଅଭିଯୋଗ

ଚା ଦୋକାନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅଛନ୍ତି ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର, ସୁଶାନ୍ତ ପାତ୍ର ଓ ଖୋଦ୍ ପାଟଣାଗଡ଼ ଆଇଆଇସି ହରିବନ୍ଧୁ ଗଡ଼ତିଆ।ପୋଲିସ ବାବୁ ଏଠି କଣ କରୁଛନ୍ତି, କେଉଁ ବିଷୟରେ କଥା ହେଉଛନ୍ତି?

ଅଦ୍ୟତନ ହୋଇଛି
undefined

Dadan

Advertisment

ଦାଦନଗଡ଼ରେ ଦାଦନଋତୁ, ଆଉ ଦାଦନ ସର୍ଦ୍ଦାର ସହ ଚା ଖଟିରେ ଖୋଦ୍ ପୋଲିସ ବାବୁ। ଆମେ କହୁଛୁ ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳ କଣ୍ଟାବାଞ୍ଜି କଥା । ୨ ଦାଦନ ସର୍ଦ୍ଦାରଙ୍କ ସହ ପାଟଣାଗଡ଼ ଆଇଆଇସିଙ୍କ ଫଟୋ ଭାଇରାଲ୍ ହେବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଉଦବେଗଜନକ କଥା ହେଉଛି, ଫଟୋରେ ଥିବା ଦୁଇ ଦାଦନ ସର୍ଦ୍ଦାରଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ରହିଛି।

Advertisment

ଚଳଚଞ୍ଚଳ ଦାଦନଗଡ଼... ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଖଚାଖଚ୍ ଭିଡ଼। ସ୍ତ୍ରୀ-ଛୁଆଙ୍କୁ ଧରି ଦାଦନ ଖଟିବାକୁ ଯାଉଛି ଶହ ଶହ ପରିବାର। ଭଲରେ ଘରକୁ ଫେରିବେ କି ନାହିଁ ଜଣାନାହିଁ... ନିର୍ଯାତିତ କି ନିଖୋଜ ହୋଇଯିବେ, ତାହା ବି ଜଣାନାହିଁ। ହେଲେ ଭିଟାମାଟି ଛାଡ଼ିବାକୁ ବାଧ୍ୟ କରିଛି ପେଟର ଭୋକ। ହେଲେ ବିଡ଼ମ୍ବନା, ବେଆଇନ ଦାଦନ ଚାଲାଣ ଉପରେ ନିଘା ରଖିବାକୁ ନା ଏଠି ପୋଲିସର ଦେଖା ଅଛି, ନା କୌଣସି ଅଧିକାରୀଙ୍କର ।

ତେବେ ଷ୍ଟେସନଠୁ ଅନତି ଦୂରରେ ଥିବା ଚା ଦୋକାନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅଛନ୍ତି ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର, ସୁଶାନ୍ତ ପାତ୍ର ଓ ଖୋଦ୍ ପାଟଣାଗଡ଼ ଆଇଆଇସି ହରିବନ୍ଧୁ ଗଡ଼ତିଆ।ପୋଲିସ ବାବୁ ଏଠି କଣ କରୁଛନ୍ତି, କେଉଁ ବିଷୟରେ କଥା ହେଉଛନ୍ତି, ତାହା ତ ଜଣାନାହିଁ। ହେଲେ ମାର୍କା ମାରା ଦାଦନ ସର୍ଦ୍ଦାରଙ୍କ ସହ ପୋଲିସର ଏଭଳି ଖୋଲାଖୋଲି ଚା ଖଟିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା।

Advertisment

ପୁଅ ଦାଦାନ ଖଟିବାକୁ ଯାଇ, ଶେଷଥର ଫୋନ୍ କରି କହିଥିଲା- ଟଙ୍କା ପଠାଉଛି, ଗ୍ରୁପ୍ ଋଣ ଶୁଝିଦେବୁ । ଆଉ ତା ପରଠୁ ପୁଅର ଖୋଜଖବର ନାହିଁ। ପୁଅ ମୈତ୍ର ସେଠ୍ ନିଖୋଜ ପାଇଁ ଦାଦାନ ସର୍ଦ୍ଦାର ସୁଶାନ୍ତ ପାତ୍ରକୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ମାଆ ପଦ୍ମା। ହେଲେ ପୋଲିସ ଏହି ମାମଲାରେ ଆକ୍ସନ ନେବ କଣ, ଓଲଟି ଚା ଦୋକାନରେ ସୁଶାନ୍ତ ସହ ଖଟି କରୁଥିବା ଅଭିଯୋଗ ହେଉଛି। ଏନେଇ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତିଆ କିମ୍ବା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର କହିଛନ୍ତି, ଏକ ମାମଲା ବିଷୟରେ ସେ ଆମକୁ ପଚାରୁଥିଲେ।

ତେବେ ପ୍ରଶ୍ନ ଉଠୁଛି- ଚା ଖଟିରେ ଇଏ କେଉଁ ପ୍ରକାର ତଦନ୍ତ ? ଏତଲାରେ ନାଁ ଥିବା ଦାଦନ ସର୍ଦ୍ଦାର ସହ ପୋଲିସ ବାବୁଙ୍କ ଏଭଳି ଖଟି କେତେ ଯୁକ୍ତିଯୁକ୍ତ ? ଥାନାକୁ ନଡାକି ସତରେ କଣ ଛକ ବଜାରରେ ପଚରାଉଚରା କରୁଥିଲେ ଥାନାବାବୁ ? ନା ଏହା ପଛରେ ରହିଛି ଆଉ କେଉଁ ରହସ୍ୟ ?

Advertisment
Balangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ