Advertisment

Mother Donates Kidney: ମା’ ପରି କିଏ ହେବ, ପୁଅକୁ କିଡନୀ ଦେଇ ବଞ୍ଚାଇଲା ଜୀବନ

ପୁଅ ସାଇଙ୍କୁ ସାରଦା କିଡନୀ ଦେବା ପରେ ଏବେ ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି । ତେଣୁ ବର୍ତ୍ତମାନ ପରିବାର ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇଛି । ସାଇ ବି ସୁସ୍ଥ ହୋଇସାରି ଦଶମ ପରୀକ୍ଷା ଦେଇପାରିଛନ୍ତି ।

ଅଦ୍ୟତନ ହୋଇଛି
ଏମିତି ମା’ ସମସ୍ତଙ୍କୁ ମିଳୁ

ଏମିତି ମା’ ସମସ୍ତଙ୍କୁ ମିଳୁ

Advertisment

ନିଜର ଶରୀରରୁ ରକ୍ତ ମାଂସ ଦେଇ ଦୁନିଆକୁ ଆଣିଥିଲା । ଆଉ ଏବେ କିଡନୀ ଦେଇ ପୁଣି ଥରେ ନିଜ ସନ୍ତାନକୁ ନୂଆ ଜୀବନ ଦେଇଛି ଏ ମା’ । କୁହାଯାଏ ମା’ର ଋଣ କେହି ସୁଝି ପାରନ୍ତିନି । ଆଉ ଏ ମା’ର ଋଣ ଆଗରେ ସବୁକିଛି ତୁଚ୍ଛ । ବ୍ରହ୍ମପୁରର ଏସ୍‌. ଶାରଦା । ତାଙ୍କର ଦୁଇ ପୁଅ । ସାନ ପୁଅ ଏସ୍‌.ସାଇ ବିଶ୍ୱନାଥଙ୍କ ଶରୀର ୨୦୨୪ରେ ହଠାତ୍‌ ଅସୁସ୍ଥ ହେଲା । ପରେ ଜଣାପଡ଼ିଲା ତାଙ୍କ କିଡନୀ ଖରାପ । କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ବୋଲି ଡାକ୍ତର କହିଲେ । ତେଣୁ ସାଇଙ୍କ ପରିବାର କିଡନୀ ପାଇଁ ଯୋଗାଡ଼ରେ ଲାଗିପଡ଼ିଥିବା ବେଳେ ଡାକ୍ତରଙ୍କ କହିବା ଅନୁସାରେ ମାଆ ସାରଦାଙ୍କ କିଡନୀ ମ୍ୟାଚ୍‌ କରିଥିଲା । ତେଣୁ ସାରଦା ପୁଅ ସାଇଙ୍କୁ କିଡନୀ ଦେଇଥିଲେ, ଆଉ ଏବେ ପରିବାରରେ ହସ ଫୁଟିଛି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା

ପୁଅ ସାଇକୁ ସାରଦା କିଡନୀ ଦେବା ପରେ ଏବେ ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି । ତେଣୁ ବର୍ତ୍ତମାନ ପରିବାର ମାନସିକ ଚିନ୍ତାରୁ ମୁକ୍ତି ପାଇଛି । ସାଇ ବି ସୁସ୍ଥ ହୋଇସାରି ଦଶମ ପରୀକ୍ଷା ଦେଇପାରିଛନ୍ତି । ତେବେ ସାରଦାଙ୍କ ପାଇଁ ପୁଅ ସାଇ ବିଶ୍ୱନାଥ ନୂଆ ଜୀବନ ପାଇବା ସହ ମାଆର ଋଣ କେବେ ବି ସୁଝି ହେବ ନାହିଁ ବୋଲି ସାଇଙ୍କ ବାପା ଏସ୍‌.ସାଇ ଗୋପାଳ କହିଛନ୍ତି ।

Advertisment

Odisha Kidney Transplant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ