Advertisment

ଖୋଲିବ ଗୁପ୍ତ ସୁଡ଼ଙ୍ଗ ରହସ୍ୟ; ରତ୍ନଭଣ୍ଡାର ଯାଞ୍ଚ ପାଇଁ ASIକୁ ଅନୁମତି

ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଛି। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ।

Ratna Bhandar

Ratna Bhandar

Advertisment

ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଛି। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ। ASI ଟିମକୁ ଆସିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ରତ୍ନଭଣ୍ଡାର ବାବଦରେ ପ୍ରତିକ୍ରିୟା ରଖି ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ ବୋଲି ସେ କହିଛନ୍ତି।

Advertisment

ପୁରୁଣା ତାଲିକା ସହ ବର୍ତ୍ତମାନ ତାଲିକାକୁ ତୁଳନା କରାଯିବ। ଏହାପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତୀୟ ବୈଷୟିକ ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ସଂସ୍ଥା (ସିବିଆରଆଇ) ସହଯୋଗରେ କାର୍ଯ୍ୟ ଆରମ୍ଭ ହେବ। ଭିତର ଏବଂ ବାହାର ରତ୍ନଭଣ୍ଡାରର ଯାଞ୍ଚ ବେଳେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ଏହାଛଡ଼ା ଭିତର ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯିବ। ରତ୍ନଭଣ୍ଡାରର ଆବଶ୍ୟକ ମରାମତି ଓ ସଂରକ୍ଷଣ କରାଯିବ।

ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କର ରତ୍ନ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଖାଲି ସିନ୍ଦୁକ ଓ ଆଲମିରାକୁ ବି କରାଯାଇଛି ସ୍ଥାନାନ୍ତର। ଭିତର ଓ ବାହାର ରତ୍ନଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଛି। ASI ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବେ। ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରି ରହିଛି କି ନାହିଁ ଜିପିଆରଏସ୍‌ ସର୍ବେକ୍ଷଣ ଦ୍ବାରା ସ୍ପଷ୍ଟ ହୋଇଯିବ। ମରାମତି ପୂର୍ବରୁ ରତ୍ନଭଣ୍ଡାରର ବିସ୍ତୃତ ସର୍ବେକ୍ଷଣ କରାଯିବ। ଆବଶ୍ୟକ ସ୍କାନିଂ ପରେ ASI ମରାମତି କାର୍ଯ୍ୟ କରିବ।

Advertisment
Dharmendra Pradhan Puri Srimandir Ratna Bhandar ASI Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ