ରାସନ କାର୍ଡ ପାଇବେ ୮ ଲକ୍ଷ ନୂଆ ହିତାଧିକାରୀ ! ଜାଣନ୍ତୁ କିଏ ପାଇବେ...କିଏ କଟିବେ...

ମାସକ ମଧ୍ୟରେ ହିତାଧିକାରୀଙ୍କୁ ମିଳିପାରେ ରାସନ କାର୍ଡ । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି। ଏନେଇ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରିଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Ration Card

ରାସନକାର୍ଡ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ମାସକ ମଧ୍ୟରେ ହିତାଧିକାରୀଙ୍କୁ ମିଳିପାରେ ରାସନ କାର୍ଡ । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି। ଏନେଇ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରିଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ଏବେ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ତାମ୍ପରା ହ୍ରଦର ସ୍ଥାୟୀ ନିର୍ମାଣକୁ NGT ଛାଟ ; ଭଙ୍ଗା ହେବ ଏକାଧିକ କଟେଜ...

ନୂଆ ହିତାଧିକାରୀ ଚୟନ ନିମନ୍ତେ ସରକାର ୧୨ଟି ‘ସ୍ବତଃ ଯୋଗ ହେବା’ ମାନଦଣ୍ଡ ଓ ୧୦ଟି ‘ବାଦ ଦେବା’ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଅନ୍ୟପଟେ ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଇ-କେୱାଇସି ଯାଞ୍ଚ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ଯାଞ୍ଚ ପରେ ନୂଆ ରାସନକାର୍ଡ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।