Advertisment

ରାସ୍ତା ସଂପ୍ରସାରଣ ପାଇଁ କଟାଯିବ ଗଛ; ପ୍ରଶ୍ନ ଉଠାଇଲେ ପ୍ରକୃତି ବନ୍ଧୁ...

ବୃକ୍ଷ ହିଁ ଜୀବନ। ମଣିଷର ପ୍ରକୃତ ବନ୍ଧୁ। ଗଛ ମୂଳେ ବସି କ୍ଳାନ୍ତି ଦୂର କରେ ପଥିକ। ହେଲେ କିଛି ଦିନ ପରେ ଗଛ ଗୁଡ଼ିକ ଆଉ ନଥିବ। କାହିଁକି ନା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ ଗୁଡ଼ିକୁ କାଟି ଦିଆଯିବ।

72 Trees to Be Cut for Road Expansion in Puri

72 Trees to Be Cut for Road Expansion in Puri

Advertisment

ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତା ସଂପ୍ରସାରଣ ପାଇଁ କଟାଯିବ ୭୨ଟି ବଡ ଗଛ। ଏହାର ଚିହ୍ନଟ ସହ ନମ୍ବରିଂ କରାଯାଇଛି। ଗଛ କଟାଯିବାକୁ ନେଇ ବିରୋଧ କରୁଛନ୍ତି ପ୍ରକୃତି ବନ୍ଧୁ ଓ ସାମାଜିକ କର୍ମୀ। ବିକଳ୍ପ ଯୋଜନାରେ ଗଛକୁ ସ୍ଥାନାନ୍ତରିତ କରାଯାଉ ଏବଂ ଯେଉଁଠି ଆବଶ୍ୟକ, ଡିଭାଇଡର ଭାବରେ ଗଛକୁ ବିନିଯୋଗ କରାଯାଉ ବୋଲି ଦାବି ହୋଇଛି। ତେଣୁ ସର୍ଭେ କରାଯାଇ ସ୍ଥାନାନ୍ତରିତ କିଭଳି କରାଯିବ ତାହା ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ସମ୍ଭବ ହୋଇପାରିବ।

Advertisment

ବୃକ୍ଷ ହିଁ ଜୀବନ। ମଣିଷର ପ୍ରକୃତ ବନ୍ଧୁ। ଗଛ ମୂଳେ ବସି କ୍ଳାନ୍ତି ଦୂର କରେ ପଥିକ। ହେଲେ କିଛି ଦିନ ପରେ ଗଛ ଗୁଡ଼ିକ ଆଉ ନଥିବ। କାହିଁକି ନା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ ଗୁଡ଼ିକୁ କାଟି ଦିଆଯିବ। ପୁରୀ ତାଳବଣିଆ ସେଣ୍ଟ୍ରାଲ ସ୍କୁଲ ଠାରୁ ଭୂଦାନ ଛକ ପର୍ଯ୍ୟନ୍ତ ଧାଡ଼ି ଧାଡ଼ି ହୋଇ କୃଷ୍ଣଚୂଡା, ବର, ଅଶ୍ବସ୍ତ, ବଉଳ ନିମ୍ବ ଭଳି ଗଛ ରହିଛି। କାହାର ବୟସ ୨୦ ବର୍ଷ ତ, କିଏ ୩୦ ବର୍ଷ ଧରି ପଥିକକୁ ଛାଇ, ପରିବେଶକୁ ଅମ୍ଳଜାନ ଯୋଗଇ ଆସୁଛନ୍ତି। ହେଲେ ରାସ୍ତା ସଂପ୍ରସାରଣ ପାଇଁ ପାଖାପାଖି ୭୨ରୁ ଉର୍ଦ୍ଧ ଗଛ କଟାଯିବା ପାଇଁ ମର୍କିଂ କରାଯାଇଛି। ଯାହାକୁ ବିରୋଧ କରୁଛନ୍ତି ପ୍ରକୃତି ବନ୍ଧୁ। ତାଙ୍କର ଯୁକ୍ତି ସଂଇତଳାରୁ ବଲାଙ୍ଗୀର ରାସ୍ତା ଓ ମୟୂରଝାଲିଆରୁ ସୁବଳିଆ ନୟାଗଡ ରାସ୍ତାରେ ୭୦୦ରୁ ଉର୍ଦ୍ଧ ଗଛ ସ୍ଥାନାନ୍ତରିତ କରାଯାଇଛି। ତେଣୁ ଏଠି ମଧ୍ୟ ଗଛ ଗୁଡ଼ିକ କଟା ନଯାଇ ସ୍ଥାନାନ୍ତରିତ କରାଯାଉ।

ସେପଟେ ରାସ୍ତା ସଂପ୍ରସାରଣ ସ୍ବାଗତଯୋଗ୍ୟ କିନ୍ତୁ ରାସ୍ତାରେ ଗଛ ଦେବତାକୁ କାଟିବା ଅର୍ଥ ପରୋକ୍ଷରେ ମଣିଷକୁ ହତ୍ୟା କରିବା। ତେଣୁ ଗଛ କଟାଗଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସାମାଜିକ କର୍ମୀ।

Advertisment

ସେପଟେ ପୁରୀ ସହରର ଜନସଂଖ୍ୟା ବୃଦ୍ଧି ସହ ରଥଯାତ୍ରା ଓ ପର୍ବ ପର୍ବାଣିରେ ଭିଡକୁ ନଜରରେ ରଖି ରାସ୍ତା ସଂପ୍ରସାରଣ କରାଯିବ। ସେଥିପାଇଁ ଗଛ କଟାଯିବା ଆବଶ୍ୟକ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ କହିଛନ୍ତି ପୂର୍ତ୍ତ ବିଭାଗ ଗଛ କଟା ସମ୍ପର୍କରେ ଚିଠି ଦେଇଛି କି ନାହିଁ ତନଖି କରାଯାଉଛି। ଚିହ୍ନଟ ପ୍ରକ୍ରିୟା ମିଳିତ ଭାବରେ କରାଯିବା କଥା କିନ୍ତୁ ଗଛ କଟା ପାଇଁ ବନ ବିଭାଗର ଅନୁମତି ଆବଶ୍ୟକ। ସେପଟେ ସାମାଜିକ କର୍ମୀଙ୍କ ଦାବି ଗଛକୁ ସ୍ଥାନାନ୍ତରିତ କରାଯାଉ। ଏଥିପାଇଁ ସର୍ଭେ ହେବା ଆବଶ୍ୟକ। କେଉଁ ଗଛ ସ୍ଥାନାନ୍ତରିତ ହେବ ତାହା ଚିହ୍ନଟ ହେବା ପରେ ତାର ପ୍ରକ୍ରିୟା ଆରମ୍ଭ ହୋଇପାରିବ ଏବଂ ଗଛକୁ ଡିଭାଇଡର ଭାବରେ ବିକଳ୍ପ ପନ୍ଥା ଆପଣାଯାଇପାରିବ ।

Road Expansion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ