Advertisment

RMC Godown: RMC ର ୩୬ ଟି ଗୋଦାମ ଘର ପାଇଁ ଆସିଲା ୬ କୋଟି...୫ ବର୍ଷ ପରେ ବି କାମ ଅଧା

ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଯୋଗୁ ଛୋଟ ବଡ଼ ବ୍ୟବସାୟ ଏବଂ ହୋଲସେଲର ମାନଙ୍କ ପାଇଁ RMC ପରିସରରେ ବଡ଼ ବଡ ଘର ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଚାଲିଥିଲା । 2019 ମସିହାରୁ 36 ଟି ଗୋଦାମ ଗୃହ ନିର୍ମାଣ ଆରମ୍ଭ ହୋଇ 2023 ମସିହାରେ ବ୍ୟବସାୟୀଙ୍କୁ ଦୋକାନ ଘର ଆବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିଲା ମଧ୍ୟ ଏ ପର୍ଯ୍ୟନ୍ତ କାମ ଶେଷ ହୋଇ ପରିଲାନାହିଁ। ଫଳରେ 6କୋଟି ଟଙ୍କା ବ୍ୟୟ ଅଟକଳରେ ରେ 36 ଟି ଗୋଦାମ ଘର ଅଧାପନ୍ତରିଆ ହୋଇ ପଡ଼ିଛି।

ଅଦ୍ୟତନ ହୋଇଛି
ଗୋଦାମ ଘର ନିର୍ମାଣ ଅଧାପନ୍ତରିଆ

ଗୋଦାମ ଘର ନିର୍ମାଣ ଅଧାପନ୍ତରିଆ

Advertisment

ଅଧାରୁ ଅଟକିଛି RMCର ଗୋଦାମ ଘର କାର୍ଯ୍ୟ।୨୦୧୯ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଯମଧର ଠାରେ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ପାଇଁ 6 କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା 36ଗୋଟି ଗୋଦାମ ଗୃହ କାର୍ଯ୍ୟ। ଏହାରି ଭିତରେ କାର୍ଯ୍ୟର ଅବଧି ସରିଯାଇଥିଲେ ମଧ୍ୟ ଆଜି ଯାଏଁ ଗୋଦାମ ଘର କାର୍ଯ୍ୟ ପୂର୍ଣାଙ୍ଗ ହୋଇପାରିଲା ନାହିଁ। ଗୋଦାମ ଘର ପାଇବା ପାଇଁ ବର୍ଷବର୍ଷ ଧରି ବ୍ୟବସାୟୀ ମାନେ ଟଙ୍କା ପୈଠକରି ଏବେ ହାତବାନ୍ଧି ବସିଛନ୍ତି। ଫଳରେ ବ୍ୟବସାୟୀ ମାନେ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଗୋପ ଛକ ଠାରେ ଘରୋଇ ଗୋଦାମ ଘର ଭଡ଼ାରେ ନେବା ସହିତ ରାଜପଥ ପାଶ୍ୱର୍ରେ ହାଟ ବସାଇବାକୁ ବାଧ୍ୟ ହେଉଛନ୍ତି।

Advertisment

ଏମିତି କି ରାଜପଥ ପାର୍ଶ୍ୱରେ ହାଟ ବସାଇବା ଓ ଗୋଦାମ ଘର ନେବା ଦ୍ୱାରା ରାସ୍ତାଜାମ ହେବା ସହ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜୁଛି। ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଜମି ଜମା ସମସ୍ୟା ଯୋଗୁ କାମ ବନ୍ଦ ହୋଇଛି ଖୁବଶୀଘ୍ର ପଦକ୍ଷେପ ନିଆଯିବ।

ରାଜ୍ୟର ସର୍ବ ପୁରାତନ ପୌରପାଳିକାରୁ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଛୋଟ ବଡ଼ ବ୍ୟବସାୟ ଏବଂ ହୋଲସେଲର ମାନଙ୍କ ପାଇଁ RMC ପରିସରରେ ବଡ଼ ବଡ ଘର ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟା ଚାଲିଥିଲା । 2019 ମସିହାରୁ 36 ଟି ଗୋଦାମ ଗୃହ ନିର୍ମାଣ ଆରମ୍ଭ ହୋଇ 2023 ମସିହା ରେ ବ୍ୟବସାୟୀ କୁ ଦୋକାନ ଘର ଆବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିଲା ମଧ୍ୟ ଏ ପର୍ଯ୍ୟନ୍ତ କାମ ଶେଷ ହୋଇ ପରିଲାନାହିଁ। ଫଳରେ 6 କୋଟି ଟଙ୍କା ବ୍ୟୟ ଅଟକଳରେ ରେ 36 ଟି ଗୋଦାମ ଘର ଅଧାପନ୍ତରିଆ ହୋଇ ପଡ଼ିଛି। କାମ ସଂପୂର୍ଣ୍ଣ ହୋଇନଥିବାରୁ ବ୍ୟବସାୟୀ ମାନେ ଭଡ଼ା ସୂତ୍ରରେ କାରବାର କରୁଛନ୍ତି। ଚଣ୍ଡିଖୋଲ -ପାରାଦୀପ ରାସ୍ତା ଉପରେ ହାଟ ବସୁଛି। ଦୋକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

RMC ପରିସରରେ ଅଧାପାନ୍ତରିଆ କାର୍ଯ୍ୟକୁ ନେଇ ଆମେ ଭେଟିଥିଲୁ ଜିଲ୍ଲାପାଳଙ୍କୁ। ତାଙ୍କ କହିବା କଥା କସୋଟି ସ୍ଥିତ ସ୍ଵପ୍ନେଶ୍ୱର ମହାଦେବଙ୍କ ନାମରେ ସଂପୃକ୍ତ ସ୍ଥାନ ଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗୋଦାମ ଗୃହ ନିର୍ମାଣ ବନ୍ଦ ଅଛି। ଏହା ଦେବୋତ୍ତର କମିଶନରଙ୍କୁ ଅବଗତ କରିଛୁ। ଅନୁମତି ମିଳିଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।

ଜିଲ୍ଲାପାଳାଙ୍କ ପ୍ରତିଶ୍ରୁତି କେବେ ପାଳନ ହେଉଛି, କେବେ ବ୍ୟବସାୟୀ ମାନେ ଥଇଥାନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Advertisment
Kendrapara Malgodown RMC Warehouses To Reopen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ