Advertisment

ଶ୍ରୀମନ୍ଦିରରେ ପହଞ୍ଚିଲା ରତ୍ନ ସିନ୍ଦୁକ; ସ୍ୱତନ୍ତ୍ର ବରାଦରେ ହୋଇଛି ତିଆରି

ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି।

ଅଦ୍ୟତନ ହୋଇଛି
6 chests to store Ratna Bhandar ornaments

6 chests to store Ratna Bhandar ornaments

Advertisment

ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି। ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା କହିଲେ। ୨୦ କାରିଗରଙ୍କ ୪୮ ଘଣ୍ଟାର ପରିଶ୍ରମରେ ୬ଟି ତିଆରି ହୋଇଛି। ଆଉ ୯ଟି ସିନ୍ଦୁକ ତିଆରି କାମ ଚାଲିଛି, ଖୁବ୍‌ ଶୀଘ୍ର ପହଞ୍ଚିବ ବୋଲି କହିଲେ। ଶାଗୁଆନ କାଠରେ ତିଆରି ସିନ୍ଦୁକରେ ପିତଳ ଛାଉଣୀ ହୋଇଛି। ସିନ୍ଦୁକର ଲମ୍ୱ ରହିଛି ସାଢେ ୪ଫୁଟ, ଗଭୀର ୨ଫୁଟ ଓ ଚଉଡାର ମଧ୍ୟ ୨ଫୁଟ ରହିଛି।

Advertisment

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ASI ଅଧିକ୍ଷକ ଭିତରକୁ ଯିବେ। ଏହାଛଡ଼ା ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ ଯିବେ। ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ମଧ୍ୟ ଯିବେ।

ଆଜି ଗଣତି ହେବନି, ଖାଲି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା। ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ। ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ। ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ।

Advertisment

ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ। ଆବଶ୍ୟକ ସଦସ୍ୟ ଭିତରକୁ ଯିବେ। ସେବକଙ୍କ ସହ ଅନ୍ୟମାନଙ୍କ ସହଯୋଗ କାମନା କରାଯାଉଛି। ମଧ୍ୟାହ୍ନ ୧୨ଟା ପରେ ମନ୍ଦିର ନ ଆସିବାକୁ ଅନୁରୋଧ କଲେ। କେବେଳ ସେବାପୂଜା ଥିବା ସେବାୟତ ଆସିବାକୁ ଅନୁରୋଧ କଲେ। ଆଜ୍ଞାମାଳ ଆସିଯାଇଛି। ଏହାପରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କର ଆଜ୍ଞା ନିଆଯିବ। ଏହାପରେ ଭିତରକୁ ସମସ୍ତେ ପ୍ରବେଶ କରିବେ।

Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ