ସବୁଦିନ ଏଠି ଗାଈଙ୍କୁ ଲାଗିହୁଏ ୫୬ ଭୋଗ

ରାଉରକେଲା ସେକ୍ଟର ୧୪ରେ ଥିବା ନନ୍ଦ ଗାଁ । ଏଠାରେ କେବଳ ଗୋଟିଏ ଦିନ ନୁହେଁ, ବର୍ଷ ତମାମ ଏମିତି ଗୋ’ ମାତାଙ୍କ ପାଇଁ ଲାଗି ହୁଏ ୫୬ ଭୋଗ ।

Goshala

ବଡ଼ ବଡ଼ ପସରାରେ ସଜା ଯାଇଛି ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ । ଗୋଟିଏ କି ଦୁଇଟି ନୁହେଁ ଏହିଭଳି ରହିଛି ୫୬ ଭୋଗ । ଆପଣ ନିଶ୍ଚୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ୫୬ ଭୋଗ ଲାଗି ହେବା କଥା ଜାଣିଥିବେ । ହେଲେ ଗୋ’ ମାତାଙ୍କ ନିକଟରେ ୫୬ ଭୋଗ ଲାଗି ହେବା କଥା ହୁଏ ତ କେବେ ଶୁଣିନଥିବେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର ୧୪ରେ ।

ରାଉରକେଲା ସେକ୍ଟର ୧୪ରେ ଥିବା ନନ୍ଦ ଗାଁ । ଏଠାରେ କେବଳ ଗୋଟିଏ ଦିନ ନୁହେଁ, ବର୍ଷ ତମାମ ଏମିତି ଗୋ’ ମାତାଙ୍କ ପାଇଁ ଲାଗି ହୁଏ ୫୬ ଭୋଗ । ପ୍ରତିଦିନ ଅପରାହ୍ନ ସାଢେ ଚାରିଟା ସମୟରେ ଗାଈ ମାନଙ୍କ ନିକଟରେ ଭୋଗ ଲାଗି କରାଯାଏ । ଭୋଗ ଥାଳି ଉପରେ ଦେବାଦେବୀଙ୍କ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଏ । ତା’ ସହ ବହୁ ପ୍ରକାରର ଫଳ, ପନିପରିବା, ମିଠା, ଦହି ଭଳି ବହୁ ବ୍ୟଞ୍ଜନ ଗୋ’ ମାତାଙ୍କୁ ଲାଗି ହୋଇଥାଏ ।

ଗୋ’ ମାତାଙ୍କ ପାଇଁ ଖାଲି ୫୬ ଭୋଗ ନୁହେଁ, ଏଥି ସହିତ କାଜୁ, ଆଲମଣ୍ଡ ପ୍ରତି ଅନେକ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଏଥିରେ ସାମିଲ କରାଯାଏ । ଯାହାକୁ ଅତି ଆନନ୍ଦର ସହ ଗୋମାତାମାନେ ଖାଇଥାନ୍ତି । ଗୋ ମାତାଙ୍କୁ ନେଇ ନନ୍ଦ ଗାଁର ଏହି ନିଆରା ପ୍ରୟାସ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।