/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712944314.jpg)
Horse Riding
୫ବର୍ଷ ବୟସରେ ଘୋଡ଼ାଚଢା ନିଶା। ଖେଳନା ବଦଳରେ ଘୋଡ଼ା ଚଳାଇବାର ସଉକ। କୁନିଝିଅ ରିଦ୍ଧି ସାମନ୍ତରାୟ ଖେଳିବା ବୟସରେ ଘୋଡ଼ା ଚଢା ଶିକ୍ଷା କରି ସମସ୍ତଙ୍କୁ ଚକିତ କରିଛନ୍ତି। ରିଧିଙ୍କ ବଡ଼ ଉଭଣୀ ରିଷିତା ମଧ୍ୟ ଘୋଡ଼ା ଚଢାରେ ପାରଙ୍ଗମ ହୋଇଥବା ବେଳେ ଜାତୀୟସ୍ତରରେ ବହୁ ପଦକ ବି ପାଇଛନ୍ତି। ଏବେ ସୁଦ୍ଧା ସେ ବିଭିନ୍ନ ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ, ୧ଟି ରୌପ୍ୟ ପଦକ ଏବଂ ୩ଟି ବ୍ରୋଞ୍ଜ ପଦକ ଜିଣିଛନ୍ତି।
କୁନି ପିଲା। ନାଁ ରିଧି ସାମନ୍ତରାୟ। ବୟସ ମାତ୍ର ୫ ବର୍ଷ। ୟୁକେଜିରେ ପଢୁଛି କୁନି ଝିଅ। ହସ ହସ ମୁହଁ। କଥା ଠିକ ସେ କହି ପାରୁନି। ତଥାପି ଏହି ବୟସରେ ଘୋଡାକୁ ଦୌଡାଇବା ସହ ତାକୁ ଆୟତ୍ତ କରିପାରିବାରେ ମାହିର ରିଧି। ଅଶ୍ୱ ଚାଳନାକୁ କ୍ୟାରିୟର କରିବା ପାଇଁ ମନସ୍ଥ କରିଛନ୍ତି ରିଧି। ନିକଟରେ ଦିଲ୍ଲୀରେ ଶେଷ ହୋଇଥିବା ହର୍ସ ଶୋ ପ୍ରତିଯୋଗିତାରେ ସେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିଣିଛନ୍ତି।
ସେହିପରି ରିଧିଙ୍କ ବଡ଼ ଭଉଣୀ ରିଷିତା ମଧ୍ୟ ଅଶ୍ୱ ଚାଳନାରେ ଓଡିଶାରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ୨୦୨୦ ମସିହାରୁ ଅଶ୍ୱ ଚାଳନାରେ ପାଦ ଥାପିଥିଲେ ରିଷିତା। ଅନେକ ଥର ଘୋଡା ପିଠିରୁ ପଡ଼ି ଆହତ ହୋଇଛନ୍ତି ୧୩ ବର୍ଷୀୟା ରିଷିତା। କିନ୍ତୁ କେବେ ପଛକୁ ଫେରି ନାହାନ୍ତି। ସେ ମଧ୍ୟ ଦିଲ୍ଲୀରେ ଶେଷ ହୋଇଥିବା ଜାତୀୟ ସ୍ତରୀୟ ହର୍ସ ଶୋର ବିଭିନ୍ନ ଇଭେଣ୍ଟରେ ୨ ଟି ସ୍ୱର୍ଣ୍ଣ ପଦକ ଗୋଟିଏ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ଜିଣିଛନ୍ତି।
ରିଧି ଏବଂ ଋଷିତାଙ୍କ ମାଆ ହେଉଛନ୍ତି ରୋହିଣୀ ସିଂଦେଓ ଏବଂ ବାପା ଅବସରପ୍ରାପ୍ତ ଆର୍ମି ଅଫିସର ମେଜର ଜେନେରାଲ ଏ. କେ ସାମନ୍ତରାୟ। ଗଞ୍ଜାମ ସୋରଡ଼ା ରାଜ ପରିବାରର ଝିଅ ରୋହିଣୀ ବି ଅଶ୍ୱ ଚାଳନା କରି ପାରନ୍ତି। ଉଭୟ ବାପା ମାଆ ଦୁଇ ଝିଅଙ୍କୁ ଅଶ୍ୱ ଚାଳନା ଏବଂ ପୋଲୋ କ୍ରୀଡାରେ ଦେଶ ଏବଂ ରାଜ୍ୟ ପାଇଁ ଯେପରି ସୁନାମ ଆଣିବେ, ସେ ଦିଗରେ ପ୍ରୟାସ କରୁଛନ୍ତି।
ବୟସ କମ ହୋଇଥିଲେ ମଧ୍ୟ ଦୁଇ ଭଉଣୀ ରିଧି ଓ ରିଷିତା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)