Tiger
ଓଡ଼ିଶା ଆସିବେ ୫ ବାଘୁଣୀ । ମହାରାଷ୍ଟ୍ରରୁ ୫ ବାଘୁଣୀ ଓଡ଼ିଶା ଅଣାଯିବ । ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡା ଯାଇଛି । ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ା ଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଶିମିଳିପାଳରେ ଏବେ ୪୦ ବାଘ ଅଛନ୍ତି । ସେମାନଙ୍କ ବଂଶ ବୃଦ୍ଧି ଆବଶ୍ୟକ ହେଉଛି । ତେଣୁ ବାଘୁଣୀକୁ ଅଣାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
ସେପଟେ ଅକ୍ଟୋବର ୨୮ରେ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଯମୁନାକୁ ଶିମିଳିପାଳରେ ଛଡ଼ାଯାଇଥିଲା । ଏହା ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ । ସୂଚନା ଅନୁସାରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା ।
ମହରାଷ୍ଟ୍ରରୁ ଆସିବା ପରେ ଅଢ଼େଇ ବର୍ଷର ବାଘୁଣୀକୁ ଧରି ଅକ୍ଟୋବର ୨୮ରେ ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିଲେ । ଏହାପରେ ଉକ୍ତ ବାଘୁଣୀକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା । ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tiger__1730207646.jpg)