Advertisment

Wrong Injection: ଥଣ୍ଡା ରୋଗ ଚିକିତ୍ସା କରିଦେଲା ଅକାମୀ, ୪ବର୍ଷର ଶିଶୁକୁ ହେଲା ପକ୍ଷାଘାତ

ଥଣ୍ଡା ରୋଗ ଚିକିତ୍ସା କରିଲାଦେଲା ଅକାମୀ। ୪ବର୍ଷର ଶିଶୁକୁ ହେଲା ପକ୍ଷାଘାତ। ଭୁଲ ଇଞ୍ଜେକ୍ସନ୍ ଅଭିଯୋଗ ଆଣି ପରିବାରର ଧାରଣା ।

wrong injection

wrong injection

Advertisment

ପୁଣି ସରକାରୀ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ୍ ପାଇଁ ଉତ୍ତେଜନା। ପଟ୍ଟାମୁଣ୍ଡାଇ ଉପଖଣ୍ଡିୟ ସ୍ତରୀୟ ମେଡିକାଲରୁ ଏପରି ଘଟଣା ସାମ୍ନାକୁ ଆସିଛି। ଗତ 23 ତାରିଖ ଦିନ ପଟ୍ଟାମୁଣ୍ଡାଇ ମାଟିଆ ଗାଁର ଆନନ୍ଦ ମଲିକ ତାଙ୍କ 4 ବର୍ଷର ପୁଅ ରୋହନଙ୍କୁ ଥଣ୍ଡା ଜ୍ୱର ଚିକିତ୍ସା ଏହି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ। ପରେ ହଠାତ ରୋହନଙ୍କ ଦୁଇଟି ଗୋଡ଼ ତଳେ ଲାଗିନଥିଲା।

Advertisment

ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅର ଏଭଳି ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର। ଏନେଇ ସେମାନେ ମେଡିକାଲଠୁ ଥାନା ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ। ତେଣୁ ପରିବାର ସମେତ ଗାଁର ଶତାଧିକ ଲୋକେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଆଗରେ ଧାରଣାରେ ବସିଥିଲେ।

ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ପରିବାରକୁ ବୁଝାସୁଝା କରିଥିଲା। ଅନ୍ୟ ପଟେ ଡାକ୍ତର ଭୁଲ ଇଞ୍ଜେକ୍ସନ କଥାକୁ ଅସ୍ବୀକାର କରିଛନ୍ତି। ଅଧିକ ଚିକତ୍ସା ପାଇଁ ଶିଶୁକୁ କଟକ ଶିଶୁଭବନକୁ ପଠେଇ ଦିଆଯାଇଛିl ଫିଜିଓ ଥେରାଓପି କରାଗଲେ ପିଲା ସୁସ୍ଥ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି l

Advertisment

ତେବେ ପିଲା ଭଲ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ପରିବାର ।

Odisha Alleged Govt Hospitals Injection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ