କ୍ୟାନସର ଭଉଣୀକୁ ବଞ୍ଚାଇଲା ଭଉଣୀ
ସାନ ସିନା ଦାନ ତା’ ମହାନ । ଧର୍ମପଦଙ୍କ ପରି ଏ କୁନିଝିଅର ତ୍ୟାଗ କିଛି ବି କମ୍ ନୁହେଁ । ଏ ନିସ୍ତେଜ ଆଖି ଯୋଡ଼ାକ ଭଲକି ଦୁନିଆ ଦେଖିନି, ଏ କୁନି ଝିଅ ନିଜ ଛଡ଼ା ଆଉ କାହାକୁ ବି ଚିହ୍ନିନି । ହେଲେ ସେହି ନିଜର ଭିତରେ ଆଜି ତା’ର ଅତି ନିଜର ମଣିଷକୁ ବଞ୍ଚାଇ ଦେଇଛି । ରକ୍ତ ସମ୍ପର୍କକୁ ନିଜ ରକ୍ତ ଝରାଇ ଜୀବନ ରକ୍ଷା କରିଛି । କୁନି ପିଲାଟିଏ , ଭଲ କ’ଣ ମନ୍ଦ କ’ଣ କିଛି ବାଛବିଚାର କରିପାରେନି ତଥାପି ତା’ ଭଉଣୀକୁ ରକ୍ତ କର୍କଟରୁ ବଞ୍ଚାଇ ଦେଇଛି ।
ରାଜ୍ୟରେ ପ୍ରଥମ ଥର ଲାଗି ସଫଳତାର ସହ ଜଣେ ଶିଶୁର ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଛି । କଟକ ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଫଳରେ ଜଣେ ଭଉଣୀ ବଞ୍ଚାଇଛି ତା’ ଭଉଣୀର ଜୀବନ । ଜଣେ ୨ ବର୍ଷର ଶିଶୁକୁ ତା’ର ୪ ବର୍ଷର ଭଉଣୀ ଷ୍ଟେମ ସେଲ୍ ଦାନ କରିଛଇ । ଉଭୟ ଏବେ ସୁସ୍ଥ ଅଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
୨ ବର୍ଷର ଶିଶୁ ଆଲିଜା ନାଜ ଝାଡଖଣ୍ଡ ଅଞ୍ଚଳର । ଆଲିଜା ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲା । ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ୪୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏସସିବି ଆସିଥିଲା । ବଡ଼ ଭଉଣୀଠାରୁ ଅସ୍ଥି ମଜା ସଂଗ୍ରହ କରି ଏବେ ତାଙ୍କର ସଫଳ ପ୍ରତିରୋପଣ କରାଯାଇପାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740123173.jpg)