Advertisment

Ration Card: ୪ ଲକ୍ଷ ଆୟକର ଦାତା ନେଉଥିଲେ ରାସନ ! ଯାଞ୍ଚ କରିବେ ସରକାର

E-KYC ସରିବା ପରେ ନୂଆ ପୋର୍ଟାଲ ଖୋଲିଦେବୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା କଥା କରିବେ। ୬ ଲକ୍ଷ ଲୋକ ରାସନ କାର୍ଡ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ସର୍ଭେ କରାଯିବ, ତାହା ପରେ ରାସନ କାର୍ଡ ଦିଆଯିବ।

ଅଦ୍ୟତନ ହୋଇଛି
Ration Card

Ration Card

Advertisment

ରାଜ୍ୟରେ ୪ ଲକ୍ଷ ଆୟକର ଦାତା ନେଉଥିଲେ ରାସନ। ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଗଣମାଧ୍ୟମରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

Advertisment

ସେ କହିଛନ୍ତି, ୪ ଲକ୍ଷ ଆୟକର ଦାତା ରାସନ ନେଉଥିବା ତଥ୍ୟ ଆସିଛି। ଫିଲ୍ଡ ଭେରିଫିକସନ୍ କଲା ପରେ ସତ ଜଣାପଡ଼ିବ। ଯେଉଁମାନେ ଆୟକର ଦେଉଛନ୍ତି, ସେମାନେ ଯଦି ରାସନ କାର୍ଡ ପାଉଛନ୍ତି ବୋଲି ଜଣାପଡ଼ିବ, ତାହାହେଲେ ସେମାନଙ୍କର କାଟି ଦିଆଯିବ।

ମନ୍ତ୍ରୀ ଆହୁରି କହିଛନ୍ତି, E- KYC ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଯେଉଁସ୍ଥାନରେ E- KYC ସରି ନାହିଁ, ଜିଲ୍ଲା ଅଧିକାରୀଙ୍କୁ ତୁରନ୍ତ ଶେଷ କର ବୋଲି କୁହାଯାଇଛି। ୩୧ ଜାନୁଆରୀ ସୁଦ୍ଧା ସାରିବାକୁ ସେମାନଙ୍କୁ ଟାର୍ଗେଟ ଦିଆଯାଇଛି, ଏହା ଭିତରେ ସରିଯିବା ପରେ ସ୍ପଷ୍ଟ ହେବ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି। ଯୋଗ୍ୟ ହିତାଧିକାରୀ ଜଣେ ବି କଟିବେ ନାହିଁ। କେବଳ ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପାଇଁ ଯୋଜନା ଚାଲିଛି।

Advertisment

E-KYC ସରିବା ପରେ ନୂଆ ପୋର୍ଟାଲ ଖୋଲିଦେବୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା କଥା କରିବେ। ୬ ଲକ୍ଷ ଲୋକ ରାସନ କାର୍ଡ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ସର୍ଭେ କରାଯିବ, ତାହା ପରେ ରାସନକାର୍ଡ ଦିଆଯିବ। ପୂର୍ବ ସରକାରରେ ଯାହାକୁ ନାହିଁ ତାକୁ ରାସନ କାର୍ଡ ଦିଆଯାଉଥିଲା। ଏହି ବିଷୟରେ କହିଲେ ତାଙ୍କୁ ଖରାପ ଲାଗୁଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଧାନସଭାର ପ୍ରଶ୍ନକାଳରେ ରାସନ କାର୍ଡ ନେଇ ବିଜେଡି ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଯୋଗାଣ ମନ୍ତ୍ରୀ। ସେ କହିଥିଲେ, ପୂର୍ବ ସରକାର ଅମଳରେ ବହୁ ଧନୀ ଲୋକ ବିଜେଡି ନେତାମାନଙ୍କ ଜରିଆରେ ରାସନକାର୍ଡ ହାତେଇଛନ୍ତି। ପୂର୍ବ ସରକାର ସମୟରେ ରାସନ ଡିଲରମାନେ ସବୁ ଖାଇ ଖୋଳ କରି ଦେଇଛନ୍ତି। ଭୋଟ ବେଳେ ସେମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ। ଯଦି ଏବେ ସେମତି କେହି ଦୁର୍ନୀତି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। 

Advertisment

ଅଧିକ ପଢନ୍ତୁ: ଭୂତ ଖାଉଛନ୍ତି ରାସନ; ସତ ଧରିଛି  E-KYC, ମଲା ଲୋକଙ୍କ ନାଁରେ ବୁହା ଚାଲିଛି ସରକାରୀ ଚାଉଳ

Ration Card BJP Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ