Advertisment

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ୪ ଯବାନ ସହିଦ

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ।

Terrorist Attack

Terrorist Attack

Advertisment

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମହାଁମୁହିଁ। ଗୁଳି ବିନିମୟରେ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। କ୍ୟାପଟେନ୍ ବ୍ରିଜେଶ୍ ଥାପ୍ପା, ନାଏକ ଡି.ରାଜେଶ, ସିପାହୀ ବିଜେନ୍ଦ୍ର ଏବଂ ଅଜୟ। ଡୋଡାର ଦେଶା ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସେନାର ଗୁଳି ବିନିମୟ ହୋଇଥିଲା। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଛାୟା ଗୋଷ୍ଠୀ 'କାଶ୍ମୀର ଟାଇଗର୍ସ' । 

Advertisment

ସେପଟେ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କଠାରୁ ଗ୍ରାଉଣ୍ଡ ସ୍ଥିତି ଓ ଅପରେସନ୍ ନେଇ ଅବଗତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ ଆରମ୍ଭ କରିଥିଲେ ଅପରେସନ୍। ଏତିକିବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ।

ଆଜି ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କ ପ୍ରାଣହାନୀ ଘଟିଛି। ଅନ୍ଧାରର ଫାଇଦା ନେଇ ଆତଙ୍କବାଦୀମାନେ ଦେଶା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ସେନା ଓ ଜମ୍ମ କାଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ବାରମ୍ବାର ମୁହାଁମୁହିଁ ହୋଇଛନ୍ତି। ଗତ ୮ତାରିଖରେ ଗୁଳି ବିନିମୟରେ ସେନାର ୫ ଯବାନ ସହିଦ ହୋଇଥିଲେ। ତାପୂର୍ବରୁ ୬ ତାରିଖରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୬ ଆତଙ୍କବାଦୀ।

Advertisment

Terrorist Attack Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ