Advertisment

National Mines Ministers' Conference at Konark: ‘ମାଇନିଂ ସେକ୍ଟର ବିନା ଅର୍ଥନୀତିର ବିକାଶ ଅସମ୍ଭବ’

କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କୋଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା।

ଅଦ୍ୟତନ ହୋଇଛି
Minister

Minister

Advertisment

ମାଇନିଂ ସେକ୍ଟର ବିନା ଦେଶର ଅର୍ଥନୀତିର ବିକାଶ ଅସମ୍ଭବ। ବିକଶିତ ଭାରତ ପାଇଁ ମାଇନିଂ ସେକ୍ଟରର ବିକାଶ ହେବା ଜରୁରୀ। କୋଣାର୍କରେ ଆୟୋଜିତ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଏପରି କହିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ।

Advertisment

ଖଣିମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶର ଅର୍ଥନୀତିର ବିକାଶ କ୍ଷେତ୍ରରେ ଖଣିର ପ୍ରମୁଖ ଭୂମିକା ରହିଛି। କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଆତ୍ମନିର୍ଭର ଭାରତ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଖଣି କ୍ଷେତ୍ରର ସିଂହ ଭାଗ ଅବଦାନ ରହିଛି। ଖଣିଜ ସମ୍ପଦ ହେଉଛି ଦେଶର। ଏହି ସମ୍ପତ୍ତି ଉପରେ ଦେଶବାସୀଙ୍କର ଅଧିକାର ରହିଛି। ତେଣୁ ଏହି ସମ୍ପତ୍ତି ଦେଶବାସୀଙ୍କ ବିକାଶ କ୍ଷେତ୍ରରେ ବିନିଯୋଗ ହେବା ଆବଶ୍ୟକ ବୋଲି ଖଣି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ଦେଶର GDPରେ  କୋଇଲା ଓ ମାଇନିଂ ସେକ୍ଟରର ୨ ପ୍ରତିଶତ ଅବଦାନ ରହିଛି। ଆଗାମୀ ଦିନରେ ଏହାକୁ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ, ଶିଳ୍ପ, ନିର୍ମାଣ ଅଟୋମୋବାଇଲ, ଷ୍ଟିଲ ସିମେଣ୍ଟ, ଅକ୍ଷୟ ଶକ୍ତି, ଆଦି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଦେଶର ୭୨ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କୋଇଲା କ୍ଷେତ୍ରରୁ ଆସିଛି। କୋଇଲା ଉତ୍ପାଦନକୁ ବଢାଇବାର ଆବଶ୍ୟକତା ରହିଛି। ଗତ ଦଶ ବର୍ଷ ଭିତରେ ଦେଶର କୋଇଲା ଉତ୍ପାଦନ ୭୬ ପ୍ରତିଶତ ବଢ଼ିଛି ବୋଲି ଖଣି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି।

Advertisment

ଅଧିକ ପଢନ୍ତୁ: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ୩ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କାଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା। କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ଆଇନଗତ ସମସ୍ୟା ଥିଲା। ରାଜ୍ୟ ଗୁଡ଼ିକୁ ଠିକ୍ ଭାବରେ ରାଜସ୍ବ ମିଳୁନଥିଲା। ଖଣି ଲିଜ ନବୀକରଣରେ ମଧ୍ୟ ବିଳମ୍ବ ହେଉଥିଲା। କିନ୍ତୁ କେନ୍ଦ୍ରରେ ମୋଦି ଆସିବା ପରେ ସ୍ଥିତି ବଦଳିଛି। କୋଇଲା ଓ ଖଣି କ୍ଷେତ୍ର ଏବେ ଦେଶର ଅର୍ଥ ବ୍ୟବସ୍ଥାର ମଜବୁତ କ୍ଷେତ୍ରରେ ପରିଣତ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୪୨ଟି ଖଣି ବ୍ଲକର ନିଲାମ ହୋଇଛି। ଏଥି ପାଇଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ରାଜସ୍ବ ମିଳୁଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ସେ କହିଛନ୍ତି, ନିଲାମ ପ୍ରିମିୟମ ଓ ରୟାଲିଟି ବାବଦରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଗୁଡ଼ିକ ୨ ଲକ୍ଷ ୬୯ ହଜାର କୋଟି ଟଙ୍କାର ରାଜସ୍ବ ପାଇଛନ୍ତି। ୨୦୦୪ରୁ ୨୦୧୪ ଭିତରେ ରାଜ୍ୟ ଗୁଡ଼ିକ କିନ୍ତୁ ମାତ୍ର ୫୫ ହଜାର କୋଟି ଟଙ୍କାର ରାଜସ୍ବ ପାଇଥିଲେ। ଖଣି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ବିକାଶ ଲାଗି ୨୦୧୫ ରେ ସ୍ଥାପିତ DMF ଟ୍ରଷ୍ଟକୁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। କୋଇଲାରୁ ରୟାଲିଟି ବାବଦକୁ ରାଜ୍ୟଗୁଡ଼ିକୁ ୩୧ ହଜାର କୋଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ: ପେଟ ପାଇଁ ଯାଇଥିଲେ ଦାଦନ, ଶବ ହୋଇ ଫେରିଲେ

ଖଣି କାର୍ଯ୍ୟକଳାପ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି, ଜମି ଅଧିଗ୍ରହଣକୁ ତ୍ଵରାନିତ କରନ୍ତୁ। ଜଙ୍ଗଲ ପରିବେଶ ଲାଇସେନ୍ସକୁ ମିଶନ ମୋଡରେ ଦିଆଯାଉ। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଲାଗୁ କରନ୍ତୁ। କ୍ରିଟିକାଲ ମିନେରାଲ ଆମ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। ଏଥିପାଇଁ କେନ୍ଦ୍ର, ରାଜ୍ୟ ଓ ଘରୋଇ ସଂସ୍ଥା ସମସ୍ତେ ମିଶି କାମ କରିବା ଜରୁରୀ। ବେଆଇନ ଖଣି ଖନନ ରୋକିବା ଆମ ପାଇଁ ଚ୍ୟାଲେଞ୍ଜ। ସେ ଦିଗରେ ପଦକ୍ଷେପ ନେବାର ଅବଶ୍ୟକତା ରହିଛି। ଏହାକୁ ରୋକା ଯିବା ଦରକାର। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି।

BJP Konark
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ