Advertisment

ବଡ଼ ଅପରେସନ୍ ! ଗଡ଼ିଲାଣି ୩୬ ନକ୍ସଲ ମୁଣ୍ଡ

୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟାର୍ଗେଟ୍ ଦେଇଛନ୍ତି। ଏଯାଏଁ ୭୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବା କହିଥିଲେ ଶାହ। ସେହି ଅନୁଯାୟୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଜୋରଦାର ଚାଲିଛି ନକ୍ସଲ ବିରୋଧୀ ଅପରେସନ୍।

ଅଦ୍ୟତନ ହୋଇଛି
Naxal Encounter

Naxal Encounter

Advertisment

ନକ୍ସଲ ବିରୋଧୀ ଅପରେସନରେ ଆଉ ଏକ ବଡ଼ ସଫଳତା। ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ବଡ଼ଧରଣର ଅପରେସନରେ ୩୬ ମାଓବାଦୀ ଟଳିପଡ଼ିଛନ୍ତି। ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ଏନ୍‌କାଉଣ୍ଟର ବେଳେ ସଫା ହୋଇଛନ୍ତି ଏହି ୩୬ ନକ୍ସଲ। ଛତିଶଗଡ଼ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାସହ ଏନକାଉଣ୍ଟର ସ୍ଥଳରୁ ସୁରକ୍ଷା କର୍ମୀ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବାବେଳେ ପୋଲିସ କର୍ମଚାରୀ ସୁରକ୍ଷିତ ଥିବା ଦନ୍ତେୱାଡ଼ା ଏସପି ସ୍ପଷ୍ଟ କରିଛନ୍ତି।

Advertisment

ଏହାପୂର୍ବରୁ ଗତ ସେପଟେମ୍ବରରେ ଏନକାଉଣ୍ଟରରେ ଟଳିଥିଲେ ୬ ମାଓବାଦୀ। ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ୬ ନକ୍ସଲ ନିପାତ ହୋଇଥିଲେ।

ସେହିପରି ଗତ ମେ’ରେ ଛତିଶଗଡ଼ ପିଡ଼ିଆ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଥିଲେ ୮ ମାଓବାଦୀ। ଗତ ଜୁନ୍ ୬ରେ ମଧ୍ୟ ସେହି ଛତିଶଗଡ଼ ବିଜାପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ମଧ୍ୟ ୮ ନକ୍ସଲ ଟଳିପଡ଼ିଥିଲେ। ତା’ ସହ ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

Advertisment

୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟାର୍ଗେଟ୍ ଦେଇଛନ୍ତି। ଏଯାଏଁ ୭୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବା କହିଥିଲେ ଶାହ। ସେହି ଅନୁଯାୟୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଜୋରଦାର ଚାଲିଛି ନକ୍ସଲ ବିରୋଧୀ ଅପରେସନ୍। 

Naxal Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ