ମାଓ ବିରୋଧୀ ଅପରେସନ ବେଳେ ୩ ମାଓବାଦୀ ନିପାତ

ମାଓ ବିରୋଧୀ ଅପରେସନ ବେଳେ ୩ ମାଓବାଦୀ ନିପାତ । ଛତିଶଗଡ଼ରେ ଚାଲିଥିଲା ମାଓ ବିରୋଧୀ ଅପରେସନ । ଗୁଳିବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

Naxal death

ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ବେଳେ ୩ ମାଓବାଦୀ ନିପାତ । ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମାଲକାନଗିରି କାଲିମେଳା ତେକଗୁଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମୃତ ମହିଳା ମାଓବାଦୀର ନାଁ ଲକ୍ଷ୍ମୀ । ନାରାୟନପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଗୁଳିବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏମାନେ ହେଲେ ଲକ୍ଷ୍ମୀ, ସବିତା ଓ ଶାନ୍ତି। ଲକ୍ଷ୍ମୀ ପିଏଲଜିଏ ସଦସ୍ୟ ଥିଲାବେଳେ ତା ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେହିପରି ସବିତା ଓ ଶାନ୍ତି ଙ୍କୁ ଧରାଇଦେଲେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଛି।ପୋଲିସ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରିଛି।