ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର; ଆଜି ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା !

ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା । 

subhadra scheme

ପାଖେଇ ଆସୁଛି ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇବାର ଦିନ । ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା । ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ 'ସୁଭଦ୍ରା' ଟଙ୍କା । ଆଜି ସୁଦ୍ଧା  ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ । ଆଜି ସୁଦ୍ଧା ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି ।

 
ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପରୀକ୍ଷା ମୂଳକ ଭାବେ ୧ଟଙ୍କା ଲେଖାଏଁ ଆସିବ । ଯେଉଁମାନଙ୍କ ଖାତାକୁ ୧ଟଙ୍କା ଆସିବ, ସେମାନଙ୍କ ଖାତାକୁ ଆସନ୍ତା ୯ତାରିଖରେ ବାକି ଟଙ୍କା ଆସିବ । ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। 

ଦେଖନ୍ତୁ ଭିଡିଓ | କଣ ଏହି ସୁଭଦ୍ରା ଯୋଜନା ?

କେଉଁ ମାନଙ୍କୁ ମିଳିବ ଟଙ୍କା ? 

ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ ସେମାନଙ୍କୁ ମିଳିବ ଟଙ୍କା ।  ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିଲେ ମିଳିବ ଟଙ୍କା । ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିୟମାବଳୀକୁ ପୂରଣ କରୁଥିବା ମଧ୍ୟ ଦରକାର। 

ତେବେ ସୁଭଦ୍ରା ଟଙ୍କା ଆସିବାକୁ ଥିବାରୁ ଏନେଇ ନେଇ ଉତ୍ସାହିତ ଆବେଦନକାରୀ । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଥିଲେ । ଏଥର ୪୦ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଟଙ୍କା ପାଇବେ । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏଥର ବି ବାଦ ପଡିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଟଙ୍କା ମିଳିବ ।