ସୁନାଝିଅ 'ଶ୍ରେୟାଶିଂ'ଙ୍କ ବିରଳ ରେକର୍ଡ
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'। ନିଜର ବିଚକ୍ଷଣ ବୁଦ୍ଧି ଏବଂ ସଙ୍ଗେସଙ୍ଗେ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରିନଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି।
ସୁଚନାନୁସାରେ ବିଭିନ୍ନ ପ୍ରଜାତିର ୧୯ଟି ବନ୍ୟଜନ୍ତୁ, ୧୭ ଗୃହପାଳିତ ପଶୁ, ୧୩ ପକ୍ଷୀ, ୧୮ ପ୍ରକାର ପନିପରିବା, ୨୦ଟି ଯାନବାହାନ, ୨୬ଟି ଇଂରାଜୀ ଅକ୍ଷର ଓ ବ୍ୟବହୃତ ଶବ୍ଦାବଳି, ଭିନ୍ନ ଭିନ୍ନ ପ୍ରକାରର ୨୦ଟି ଫଳ, ମଣିଷ ଶରୀରର ୧୪ଟି ଅଙ୍ଗ ପ୍ରତ୍ୟଙ୍ଗ ଚିହ୍ନିତ କରିବା ସଙ୍ଗେ ସଙ୍ଗେ ୫ଟି ସାଧାରଣ ଜ୍ଞାନର ତତକ୍ଷଣାତ୍ ସଠିକ ଉତ୍ତର ଦେବାରେ ସଫଳ ହୋଇଛନ୍ତି। ଫଳରେ India Book Of Recordsର IBR Achiever ପାଇଛନ୍ତି।
ଏହି କୃତିତ୍ବ ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ମୁଖ୍ୟ ସମ୍ପାଦକ ଡଃ ବିଶ୍ବରୁପ ରାୟ ଚୌଧୁରୀ ଶିଶୁଟିକୁ ଚଳିତ ମାସ ୧୪ ତାରିଖରେ ପ୍ରମାଣପତ୍ର ଓ ପଦକ ପ୍ରଦାନ କରି ଉତ୍ସାହିତ କରିଛନ୍ତି। କୁନିଝିଅ ଶ୍ରେୟାଶିଂର ଘର ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ। ଝିଅର ଏଭଳି ବିଚକ୍ଷଣ ବୁଦ୍ଧି ପାଇଁ ମାଆ ତପସ୍ବୀନ ଦାସ ଓ ବାପା ଶିବଶଙ୍କର ପଣ୍ଡାଙ୍କ ବେଶ ଖୁସି ଥିବାବେଳେପରିବାରରେ ଏଥିପାଇଁ ଖେଳିଯାଇଛି ଖୁସିର ଲହରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753712069.jpg)