Advertisment

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଆୱାର୍ଡ: ମାନସ ପାଇବେ ବାଲ୍- ସଞ୍ଜୟଙ୍କୁ ମିଳିବ ଯୁବ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ, ଯୁବ ପୁରସ୍କାର ଘୋଷିତ । ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ବାଲ୍ ପୁରସ୍କାର । କଥାକାର ସଞ୍ଜୟ ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ।

ଅଦ୍ୟତନ ହୋଇଛି
 Kendra Sahitya Akademi

Kendra Sahitya Akademi

Advertisment

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷଣା । ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ଚଳିତ ବର୍ଷର ବାଲ୍ ପୁରସ୍କାର । ପୁସ୍ତକ ‘ଗପ କଳିକା’ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ପାଇବେ ମାନସ । 

Advertisment
 ‘ଗପ କଳିକା’ ‘ଗପ କଳିକା’

ସେହିପରି କଥାକାର ସଞ୍ଜୟ ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିବ। ପୁସ୍ତକ ‘ହୁ ବାଇଆ’ ପାଇଁ ସଞ୍ଜୟଙ୍କୁ ମିଳିବ ଯୁବ ପୁରସ୍କାର। ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି।

‘ହୁ ବାଇଆ’ ‘ହୁ ବାଇଆ’

ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି । ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୪ଟି ଭାଷାରେ ୨୪ ଜଣ ଲେଖକଙ୍କୁ ବାଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ଏକ ତାମ୍ରଫଳକ ସହିତ ୫୦ ହଜାର ଟଙ୍କାର ଏକ ଚେକ୍ ମଳିବି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। 

Advertisment

ସେହିପରି ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୩ଟି ଭାଷାରେ ୨୩ ଜଣ ଲେଖକଙ୍କୁ ଯୁବ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଓଡ଼ିଆ ଭାଷା ପାଇଁ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ପାଇବେ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ହୁ ବାଇଆ’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ଏକ ତାମ୍ରଫଳକ ସହିତ ୫୦ ହଜାର ଟଙ୍କାର ଏକ ଚେକ୍ ମଳିବି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। 

Advertisment
Sahitya Akademi Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ