Advertisment

Maoists Arrested: ଦୁଇ ହାର୍ଡକୋର୍ ମାଓବାଦୀ ଗିରଫ, ମୁଣ୍ଡ ପିଛା ଥିଲା  ୫ ଲକ୍ଷର ପୁରସ୍କାର ରାଶି

ମାଲକାନଗିରି ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । କମ୍ବିଂ ଅପରେସନବେଳେ ଦୁଇ ହାର୍ଡକୋର୍ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଉଭୟେ ACM ରାଙ୍କ୍‌ର ହୋଇଥିବାବେଳେ ସେମାନଙ୍କ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡ ସହ ସେମାନେ ଜଡ଼ିତ ଥିଲେ ।

ଅଦ୍ୟତନ ହୋଇଛି
Maoists Arrested

Maoists Arrested

Advertisment

ମାଲକାନଗିରି ପୋଲିସକୁ ମିଳିଲା ବଡ଼ ସଫଳତା । ଦୁଇ ହାର୍ଡକୋର୍ ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ସେମାନଙ୍କୁ ମାଥିଲି ଥାନା ଷଢ଼ିଗୁଡ଼ା ଓ ତେନ୍ତୁଳିଗୁଡ଼ା ଜଙ୍ଗଲରୁ ଗିରଫ କରାଯାଇଛି ।  ଗିରଫ ହୋଇଥିବା ମାଓବାଦୀମାନେ ହେଲେ କେସା କାବାସି ଓ ରାକେଶ । ଏହି ମାଓବାଦୀମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ ହୋଇଛି । DVF ଯବାନଙ୍କ କମ୍ବିଂ ଅପରେସନବେଳେ ଧରାପଡ଼ିଛନ୍ତି କେସା କାବାସି ଓ ରାକେଶ । ଉଭୟେ ACM ରାଙ୍କ୍‌ର ହୋଇଥିବାବେଳେ ସେମାନଙ୍କ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡ ସହ ସେମାନେ ଜଡ଼ିତ ଥିଲେ । 

Advertisment

ଗତ କିଛି ଦିନ ଧରି କମ୍ବିଂ ଅପରେସନବେଳେ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ମାଓ ଦମନ ଅପରେସନ ଜୋରଦାର ଚାଲିଥିବାବେଳେ ମାଓ ପ୍ରଭାବିତ ଅଞ୍ଚଳମାନଙ୍କରୁ ହାର୍ଡକୋର ମାଓନେତାଙ୍କୁ ଧରିବାରେ ସଫଳ ହେଉଛି ପୋଲିସ । ଗତ 12 ତାରିଖରେ ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲୋକାଲ ଅର୍ଗାନାଇଜେସନ ସ୍କ୍ୱାର୍ଡ କମାଣ୍ଡର ବମନ ସହ ଜଣେ ମହିଳା ମାଓବାଦୀ ନିପାତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା । ସେହିପରି ଗତ 7 ତାରିଖରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଥିଲା ।ମୋଷ୍ଟଓ୍ୱାଣ୍ଟେଡ୍ ମାଓନେତା ସିସିଏମ୍‌ ଗୌତମ ନିହତ ହୋଇଥିବାବେଳେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଅଧିକ ପଢନ୍ତୁ: ସୁରକ୍ଷାବାହିନୀକୁ ବଡ଼ ସଫଳତା; ମୋଷ୍ଟଓ୍ୱାଣ୍ଟେଡ୍ ମାଓନେତା ସିସିଏମ୍‌ ଗୌତମ ନିହତ, ୭ ମୃତଦେହ ଉଦ୍ଧାର...

Advertisment
Anti Naxal Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ