Advertisment

Police Medal: ଘୋଷଣା ହେଲା ମେଡାଲ; ୨ ପୁଲିସ ପାଇବେ ରାଷ୍ଟ୍ରପତି ପୁରସ୍କାର

ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ।

ଅଦ୍ୟତନ ହୋଇଛି
Police Medal

Police Medal

Advertisment

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପୁଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୋଲିସ ପାଇବେ ପଦକ। ୨ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ କୁମାର ସାମଲ ଓ କନେଷ୍ଟବଳ ସତ୍ୟବାଦୀ ମଲ୍ଲିକଙ୍କୁ ମିଳିବ ରାଷ୍ଟ୍ରପତି ପଦକ।

Advertisment

ଏଥିସହ ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ମିଳିବ। ସେମାନେ ହେଲେ ସବ ଇନସପେକ୍ଟର ଗିରିଶ ଚନ୍ଦ୍ରମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ହାବିଲଦାର ଉମେଶ ମୁଣ୍ଡା, କନେଷ୍ଟବଳ ପିତାମ୍ବର ସତନାମି, କନେଷ୍ଟବଳ କବି ଚନ୍ଦ୍ର ରାଉତ ଓ କନେଷ୍ଟବଳ ସୁଶାନ୍ତ କୁମାର ସାଗର।

ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ। ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର। ହୋମ୍‌ଗାର୍ଡ ଓ ସିଭିଲ୍‌ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ। ଏଥିସହ ପ୍ରମୋଦ କୁମାର ରାଉତ ଓ ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ମିଳିବ ରାଷ୍ଟ୍ରପତି ପଦକ।

Advertisment

ସୂଚନାଯୋଗ୍ୟ, ଆସନ୍ତାକାଲି ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ। ପ୍ରଥମ ଥର ଓଡ଼ିଶା ଉପକୂଳରେ ଥିବା ୧୦ଟି ଦ୍ୱୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ଏହି ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।

ଅଧିକ ପଢ଼ନ୍ତୁ: ଏଥର ଭବ୍ୟ ହେବ ରାଜ୍ୟରେ ଗଣତନ୍ତ୍ର ଦିବସ; ଭାଗ ନେବେ ୪୯ କଣ୍ଟିଜେଣ୍ଟ

Advertisment
Police Police Medals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ