Advertisment

National Defence College: ଓଡ଼ିଶା ଗସ୍ତରେ ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଭଳି ମେଗା ଇଭେଣ୍ଟକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରୁ ଓଡ଼ିଶା ପୋଲିସର ମୁଖ୍ୟ ଭୂମିକାକୁ ସ୍ୱାଗତ କରିଥିଲେ ପ୍ରତିନିଧି ମଣ୍ଡଳୀ।

NDC

NDC

Advertisment

ଓଡ଼ିଶା ଗସ୍ତରେ ନ୍ୟାସନାଲ ଡିଫେନ୍ସ କଲେଜର ୧୭ ଜଣିଆ ପ୍ରତିନିଧି ଦଳ। ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ସେମାନେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ ସେମାନେ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି, ପୋଲିସ ବ୍ୟବସ୍ଥା, ତଟ ସୁରକ୍ଷା, ରାଜ୍ୟ ପୋଲିସ ବ୍ୟବସ୍ଥାରେ ଆଧୁନିକୀକରଣ, ମାଓ ସମସ୍ୟା ମୁକାବିଲା, ସଂଗଠିତ ଅପରାଧର ନିରାକରଣ ଆଦି ସଂପର୍କରେ ଡିଡିପି ଆଲୋକପାତ କରିଥିଲେ।

Advertisment

ପ୍ରତିନିଧି ଦଳ ସାଇବର୍ ଅପରାଧ, ମହିଳା ଓ ଶିଶୁ ନିର୍ଯାତନାର ପ୍ରତିକାର, ସଡ଼କ ଦୁର୍ଘଟଣାର ନିରାକରଣ ଆଦି ପ୍ରସଙ୍ଗରେ ଡିଜିପିଙ୍କ ସହିତ ଆଲୋଚନା କରିଥିଲେ। ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ଭଳି ମେଗା ଇଭେଣ୍ଟକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାରୁ ଓଡ଼ିଶା ପୋଲିସର ମୁଖ୍ୟ ଭୂମିକାକୁ ସ୍ୱାଗତ କରିଥିଲେ ପ୍ରତିନିଧି ମଣ୍ଡଳୀ। ଏଥିରେ ୩ ସେନାର ବରିଷ୍ଠ ପଦାଧିକାରୀ ଏବଂ ବ୍ରାଜିଲ, ଭୁଟାନ, ଦକ୍ଷିଣ ଆଫ୍ରିକା, ନେପାଳ ଓ ବାଂଲାଦେଶ ଆଦି ଦେଶର ପ୍ରତିନିଧି ସାମିଲ ହୋଇଥିଲେ।

Advertisment

Odisha DGP DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ