Advertisment

Villagers Left Stranded: କମୁଛି ସୁବର୍ଣ୍ଣରେଖା ପାଣି, ଥମୁନି ବନ୍ୟା ପୀଡ଼ିତଙ୍କ ଦୁଃଖ...

ନା ଦେଖି ହେଉଛି, ନା ଦେଖିଲେ ସହି ହେଉଛି। ଦୀର୍ଘ ୪ ଦିନ ଧରି ବନ୍ୟା ଘେରରେ ରହିବା ପରେ ଏକପ୍ରକାର ଆକ୍ତାମାକ୍ତା ବନ୍ୟା ଦୁର୍ଗତ।

undefined

12 Balasore Villages Suffer Without Food or Drinking Water

Advertisment

ବାଲେଶ୍ବର ବନ୍ୟାକୁ ବିତିଲାଣି ୪ ଦିନ। ସୁବର୍ଣ୍ଣରେଖା ନଦୀରେ ବି ଜଳସ୍ତର ବି କମିଲାଣି। କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏଯାଏ ପାଣି କମୁନି କି ଲୋକଙ୍କ ଦୁର୍ଦ୍ଦଶା ଥମୁନି। ଆଜି ବି ବାଲିଆପାଳ ଓ ଭୋଗରାଇ ବ୍ଲକର ୨୦ରୁ ଅଧିକ ଗାଁକୁ ଘେରାବନ୍ଦୀ କରି ରଖିଛି ବନ୍ୟା ଜଳ। ଆଜି ବି ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି। ଏପଟେ ଲଗାତର ୪ ଦିନ ଧରି ବନ୍ୟା ଘେରରେ ରହିବା ପରେ କିଛି ପ୍ରଭାବିତଙ୍କ ପାଖରେ ଏଯାଏଁ ରିଲିଫ୍ ସାମଗ୍ରୀ ପହଞ୍ଚିନଥିବାରୁ ଭୋକ ଓପାସରେ ଦିନ କାଟୁଛନ୍ତି ଅନେକ ବନ୍ୟା ଦୁର୍ଗତ।

Advertisment

ଓଃ କି ଦୁଃଖ, କି ଦୁର୍ଦ୍ଦଶା। ନା ଦେଖି ହେଉଛି, ନା ଦେଖିଲେ ସହି ହେଉଛି। ଦୀର୍ଘ ୪ ଦିନ ଧରି ବନ୍ୟା ଘେରରେ ରହିବା ପରେ ଏକପ୍ରକାର ଆକ୍ତାମାକ୍ତା ବନ୍ୟା ଦୁର୍ଗତ। ସୁବର୍ଣ୍ଣରେଖା ନଦୀରେ ଅଚାନକ ବନ୍ୟା ଆସିବା ପରେ ଶୁକ୍ରବାର ରାତିରେ ବୁଡ଼ି ଯାଇଥିଲା ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ୫୦ରୁ ଅଧିକ ଗାଁ। ଏବେ ସୁବର୍ଣ୍ଣରେଖାର କରାଳ ରୂପ ବଦଳିଛି। କିନ୍ତୁ ପ୍ରଭାବିତ ଅଞ୍ଚଳରେ ଥମିନି ପାଣି, କି ସୁଧୁରିନି ଲୋକଙ୍କ ସମସ୍ୟା। ବାଲିଆପାଳ ବ୍ଲକ୍ ଅସ୍ତି ବ୍ଲକ ବଢାପାଳ ଗାଁରେ ବନ୍ୟା ବିଭୀଷିକା ଭିତରେ ଅଣ୍ଟାଏ ପାଣିରେ ରାସ୍ତା ଅଣ୍ଡାଳି ଯାଉଛନ୍ତି ଅଙ୍ଗନୱାଡ଼ି କର୍ମୀ। ଲୋକଙ୍କୁ ମେଡିସିନ୍, ଓଆରଏସ ପାଉଡର, ଆଉ ହାଲେଜେନ୍ ବଟିକା ଦେବାକୁ ବେଶ୍ ସତର୍କତାର ସହ ଅକାତକାତ ପାଣିରେ ଆଗକୁ ଯିବାକୁ ପଡୁଛି। 

ସମାନ ସ୍ଥିତି ଭୋଗରାଇ ବ୍ଲକର ଗବଗାଁ ପଂଚାୟତରେ। ଏଠି ବି ପାଣିର ଆଁ ଭିତରେ ଏକାକାର ଗାଁ- ଗଣ୍ଡା, ବିଲ-ବାଡ଼ି ଓ ରାସ୍ତା-ଘାଟ। ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି। ତାରି ଭିତରେ ବିପଦପୂର୍ଣ୍ଣ ଭାବେ ଯାଆ ଆସ କରୁଛନ୍ତି ବନ୍ୟା ଦୁର୍ଗତ। ଏପଟେ ଭୋଗରାଇ ବ୍ଲକର କୁସୁଡ଼ା ଓ ଗୁଜୁଡିହା ଭଳି ଅଞ୍ଚଳରେ ଆଜି ବି ଲୋକଙ୍କ ଭରସା ସାଜିଛି କାତ ଆହୁଲା ଦେଶୀ ଡଙ୍ଗା। ଦିନ ପରେ ଦିନ ବିତୁଥିଲେ ବି ପାଣି କମିବାର ନାଁ ନେଉନଥିବାରୁ ଅଣନିଶ୍ବାସୀ ହୋଇପଡ଼ିଲେଣି ବନ୍ୟା ପ୍ରଭାବିତ।

Advertisment

ଆଜି ସୁଦ୍ଧା ଜଳେଶ୍ବର ବ୍ଲକରେ ବନ୍ୟାସ୍ଥିତିରେ ଉନ୍ନତି ଆସିଛି। ହେଲେ ବାଲିଆପାଳ ଓ ଭୋଗରାଇ ବ୍ଲକର ପ୍ରାୟ ୬ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପାଣି ଘେରରେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ୧୫ ହଜାରରୁ ଅଧିକ ଲୋକେ। ପାଣିରେ ଖାଲି ରାସ୍ତାଘାଟ ନୁହେଁ, ହାଟ ବଜାର ବି ବୁଡ଼ି ରହିଥିବାରୁ ଠପ୍ ହୋଇଯାଇଛି ଗରିବ ଗୁରୁବା ଓ ଚାଷୀ ମୁଲିଆଙ୍କ ବେଉଷା। ଏପଟେ ବନ୍ୟା କ୍ଷତିଗ୍ରସ୍ତଙ୍କ ଅଭିଯୋଗ ଆଜି ବି ସେମାନଙ୍କ ପାଖରେ ପହଞ୍ଚି ପାରିନି ରିଲିଫ୍ ସାମଗ୍ରୀ ଓ ଉଦ୍ଧାରକାରୀ ଟିମ୍। ଅନେକ କଚ୍ଚା ଘର ଛାଡ଼ି ସ୍କୁଲ ଘର ଓ ଅନ୍ୟ ଆଶ୍ରୟସ୍ଥଳିକୁ ଚାଲି ଆସିଛନ୍ତି। ଆଉ ଯିଏ ଭଙ୍ଗା ଘରେ ରହିଛି, ସିଏ ଭିଜା ଚୁଲିରେ ରୋଷେଇ ବାସ କଥା ଚିନ୍ତା ବି କରି ପାରୁନି। ତେଣୁ ଭୋକ ଓପାସରେ କଟୁଛି ଦିନ ପରେ ଦିନ।

ଅଧିକ ପଢନ୍ତୁ: ଭିଜୁଛି ରାଜ୍ୟ, ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Balasore Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ