Crowd Control During Durga Puja
ଦଶହରା ବେଳେ ଭିଡ଼ ନିୟନ୍ତ୍ରଣ ଓ ଏହା ଉପରେ ନଜର ରଖିବାକୁ କମିଶନରେଟ ପୋଲିସର ଅପରେନସ ତ୍ରିଭୂଜ । ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି । ଏଥିରେ ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଲାଗିଥିବା ୧ ହଜାର କ୍ୟାମେରାକୁ ସର୍ଭେଲାନ୍ସରେ ବ୍ୟବହାର କରାଯାଉଛି ।
ଏହା ଛଡ଼ା ଡ୍ରୋନ କ୍ୟାମେରାର ମଧ୍ୟ ଉପଯୋଗ କରୁଛି ପୋଲିସ । VHF ସହ ଗ୍ରାଉଣ୍ଡ ଜିରୋରେ ଉପସ୍ଥିତ ଅଛନ୍ତି ପୋଲିସ ଟିମ । ତିନି ପ୍ରକାର ବ୍ୟବସ୍ଥା ବ୍ୟବହାର କରି ପୂଜା ଭିଡ଼ ବେଳେ ପୋଲିସ ରାଜଧାନୀରେ ଟ୍ରାଫିକ ନିୟନ୍ତ୍ରଣ କରୁଛି । ଏହାସହ ଭିଡ଼ ନିୟନ୍ତ୍ରଣ, ଓ ଗାଡ଼ି ଚୋରି ଉପରେ ମଧ୍ୟ ନଜର ରଖାଯାଇଛି । ଯଦି ଏହି ଅପରେସନ ତ୍ରିଭୂତ ସଫଳ ହୁଏ ତେବେ ଏହାକୁ ଭବିଷ୍ୟତରେ ବହୁଳ ଭାବେ ବ୍ୟବହାର କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728711117.jpg)