Advertisment

ଲକ୍ଷ୍ମୀ ବସ୍ ସେବା ଘୋଡ଼ା ୬କୁ ଦାନା ୯ ! ୧୦ ମାସରେ ୩୭୪ କୋଟି କ୍ଷତି

ଗୃହରେ ପରିବହନ ମନ୍ତ୍ରୀଙ୍କ ତଥ୍ୟ ଖୋଲିଲା ଯୋଜନାର ପୋଲ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ବାହାସ୍ଫୋଟିଆ ଯୋଜନା ।

undefined

Laccmi Bus

Advertisment

ଲକ୍ଷ୍ମୀ ବସ୍। ଚାଲୁଛି କମ୍, ଝୁଣ୍ଟୁଛି ବେଶୀ। ଗାଡ଼ି ଗଡୁଛି ସତ, ହେଲେ ଯାତ୍ରୀ ମରୁଡ଼ି। ରାଜ୍ୟବ୍ୟାପୀ ସମାନ ଅବସ୍ଥା। ଉପାନ୍ତ ମାଲାକନଗିରିରେ ବସ୍ ଚାଲିଛି, ହେଲେ ସିଟ୍ ଖାଲି ପଡିଛି। ହାତ ଗଣତି ଯାତ୍ରୀ ବସ୍‌ରେ ଯାତ୍ରା କରୁଛନ୍ତି। ଆଉ ବାଲେଶ୍ୱରରେ ବି ଲକ୍ଷ୍ମୀ ବସ୍ ଫାଙ୍କା। ଡ୍ରାଇଭର୍, କଣ୍ଡକ୍ଟରଙ୍କୁ ମିଶାଇ ଯାତ୍ରୀ ସଂଖ୍ୟା ଅତି ନଗଣ୍ୟ। ୩୮ ସିଟ୍‌ରୁ ମାତ୍ର ୧୪ ସିଟ୍‌ରେ ଯାତ୍ରୀ ଅଛନ୍ତି।

Advertisment

ଏଠି ପ୍ରଶ୍ନ ଉଠୁଛି ଯାତ୍ରୀଙ୍କ ପାଇଁ ଏହି ବସ୍ ସେବା, ନା କେବଳ ବାହାବା ଦେଖାଇବା ପାଇଁ ଆରମ୍ଭ ହୋଇଥିଲା । ନିର୍ବାଚନ ପୂର୍ବରୁ ନବୀନ ସରକାର ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। କିନ୍ତୁ ତତ୍କାଳୀନ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଏଭଳି ଅବସ୍ଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସେପଟେ ଲକ୍ଷ୍ମୀ ବସକୁ ନେଇ ବିଧାନସଭାରୁ ଆସିଛି ଆଖି ଖୋସିଲା ଭଳି ତଥ୍ୟ। ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଅଛନ୍ତି ସରକାର। ୧୨ ଅକ୍ଟୋବର ୨୦୨୩ରୁ ୧୯ ଅଗଷ୍ଟ ୨୦୨୪ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର । ବିଧାନସଭାରେ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ। ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍ ଚାଲିଛି। ଏ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ଟଙ୍କା।

Advertisment

ସରକାରୀ ତହବିଲରୁ କୋଟି କୋଟି ଅର୍ଥ ଖର୍ଚ ହୋଇ କାହା ସ୍ୱାର୍ଥ ଲାଗି ଏହି କ୍ଷତିକୁ ସହିଥିଲେ ସେତେବେଳର ବିଜେଡି ସରକାର। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ କହିଛି ଏହା ତତକାଳୀନ ବିଜେଡି ସରକାରର ନିର୍ବାଚନୀ ଥୋପ ଥିଲା। ଏବେ ସରକାର ବସ୍ ସେବାକୁ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା। ବିଜେଡି କହିଛି ଲୋକଙ୍କ ସୁବିଧା ପାଇଁ subsidized ମୂଲ୍ୟରେ ବିଜେଡି ସରକାର ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇଥିଲେ।

ବିଜେଡି ସରକାର ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ବାହାର ରାଜ୍ୟର ୮ଟି କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ସେସବୁ ସଂସ୍ଥାକୁ ନେଇ ବି ପ୍ରଶ୍ନ ଉଠିଛି। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଯୋଜନାର ନାଁ ବଦଳାଇ କରାଯାଇଛି, ମୁଖ୍ୟମନ୍ତ୍ରୀ ବସ୍ ସେବା। କ୍ଷତିରେ ଚାଲିଥିବା ଏହି ଯୋଜନାର ଭବିଷ୍ୟତ ରୂପରେଖ କଣ ହେବ, ତା ଉପରେ ନଜର।

Advertisment

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ