Advertisment

Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ପୁଣି ଥରେ ରାଜ୍ୟ ବିଜେପି ମଙ୍ଗ ଧରିଲେ ମନମୋହନ ସାମଲ । ମନମୋହନଙ୍କ ନାଁରେ ଦଳ ମୋହର ମାରିବା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ।

ଅଦ୍ୟତନ ହୋଇଛି
Big News

Big News

Advertisment

-ରାଜ୍ୟ ବିଜେପିର ସଭାପତି ହେଉ ହେଉ ବଡ଼ ଘୋଷଣା କରିଛନ୍ତି ମନମୋହନ ସାମଲ। ଇସାରା ଇସାରାରେ ସଂଘବଦ୍ଧ ଭାବେ ଏକ ଲମ୍ବା ଇନିଂସ ଖେଳିବାକୁ କାର୍ଯ୍ୟକର୍ତ୍ତାକୁ ଆହ୍ବାନ ଦେଇଛନ୍ତି।

Advertisment

-ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ପ୍ରାଥମିକ ରିପୋର୍ଟ ଦେଇଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଏହି ଘଟଣା ସଂପର୍କିତ ଅଧିକାରୀଙ୍କୁ AAIB ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି ।

- କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ସିନାପାଲି ଥାନା ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌ ଓ ଛତିଶଗଡ଼ ପୋଲିସର ମିଳିତ କମ୍ବିଂ ବେଳେ ଠାବ । IED, ଜିଲୋଟିନ୍ ଓ ଡେଟୋନୋର ଜବତ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Advertisment

-ଆସନ୍ତା ଅଗଷ୍ଟରେ ରତ୍ନ ଗଣତି ମଣତି ନେଇ ଆଇନ ମନ୍ତ୍ରୀଙ୍କ ସୂଚନା । ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି କହିଲେ । ୨ ଜଣ ଏକ୍ସପର୍ଟ ଦେବାକୁ RBIକୁ ଚିଠି ଲେଖାଯିବ ।

- ପୁଣି ସୁନା ଦର ବଢିଲା। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୮୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୦,୬୦୦ ଟଙ୍କା ହୋଇଛି ।

Advertisment

-ବିଶ୍ୱର ଧନୀ ତାଲିକାରେ ତଳକୁ ଖସିଲେ ବିଲ୍ ଗେଟ୍ସ । ସେ  ଟପ ଟେନରେ ନଥିବା ବେଳେ ତାଙ୍କର ପୂର୍ବତନ ସହଯୋଗୀ ତଥା ମାଇକ୍ରୋସଫ୍ଚର ପୂର୍ବତନ ସିଇଓ ଷ୍ଟିଭ୍ ବାଲମର ତାଙ୍କୁ ଅତିକ୍ରମ କରିଛନ୍ତି।

-କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣା । ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କଲା ବନ ବିଭାଗ । ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଲେ ବରଗଡ଼ DFO ବିକ୍ରମଦେବ ପଟ୍ଟନାୟକ

- ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ା ଡେଇଁଲା ବନ୍ୟାପାଣି । ବ୍ୟାନର୍ ଲଗାଇ ସତର୍କ କଲା ଦେବତ୍ତୋର ବିଭାଗ । ମନ୍ଦିର ଅଞ୍ଚଳକୁ ନଆସିବାକୁ ଲୋକଙ୍କୁ କରାଗଲା ସତର୍କ । ବନ୍ୟାପାଣି ଡେଇଁବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ।

-ପୁରୀ ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍ । କାଲି ଭୁବନେଶ୍ବର ରାଜ୍ୟ ଅତିଥିଭବନରେ ଅପରାହ୍ନ ପରଠୁ ସାକ୍ଷ୍ୟଗ୍ରହଣ ।

-IAS ସତ୍ୟପ୍ରିୟ ରଥ ହେଲେ ଗ୍ରୀଡ୍‌କୋ ଏମ୍‌ଡି । ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ରାଜ୍ୟ ଅର୍ଥ କମିଶନ ମେମ୍ବର ସେକ୍ରେଟାରୀ ଅତିରିକ୍ତ ଦାୟିତ୍ବ ବି ତୁଲାଇବେ ।

India News Odisha News Manmohan Samal Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ