Advertisment

ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏବର୍ଷ କମିଛି ଜଙ୍ଗଲ ନିଆଁ...

ଏବର୍ଷ କମିଛି ଜଙ୍ଗଲ ନିଆଁ । ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ଏ ନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୭ ତାରିଖ  ସୁଦ୍ଧା ରାଜ୍ୟର ୮ ହଜାର ପଏଣ୍ଟରେ ନିଆଁ ଲାଗିଛି ।

Fire

Fire

Advertisment

ଲୋକଙ୍କ ମଧ୍ୟରେ ସଚେତନତା ଓ ବର୍ଷା ଯୋଗୁଁ ଏବର୍ଷ କମିଛି ଜଙ୍ଗଲ ନିଆଁ । ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ଏ ନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୭ ତାରିଖ  ସୁଦ୍ଧା ରାଜ୍ୟର ୮ ହଜାର ପଏଣ୍ଟରେ ନିଆଁ ଲାଗିଛି । ୯୯.୫ ପ୍ରତିଶତ ନିଆଁକୁ ଲିଭାଯାଇଛି । 

Advertisment

ସେହିପରି ଆଜି ସୁଦ୍ଧା ୨୦୦ ପଏଣ୍ଟରେ ନିଆଁ ଲାଗିଥିବା ଖବର ଆସିଛି । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟର ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ମାଲକାନଗିରିରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି । ମହୁଲ ଫୁଲ ସଂଗ୍ରହ ଓ ଜନ୍ତୁ ଶିକାର ପାଇଁ ନିଆଁ ଲଗାଉଛନ୍ତି ଲୋକେ । ଏମିତିକି କିଛି ଲୋକ ଦୁଷ୍ଟାମୀ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି । 

ନିଆଁ ଲଗାଉଥିବା ଲୋକ ଧରା ପଡ଼ିଲେ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି । ୨ ହଜାର ୩୬୫ ସେଫଟି କୀଟ  ସହ ୪ ହଜାର ୭୯୦ ଫାୟାର ଗ୍ଲୋଭ ଦିଆଯାଇଛି । ଜଙ୍ଗଲ ନିଆଁ ଲିଭାଇବା ପାଇଁ ସ୍ବତନ୍ତ୍ର ଭାବେ ୩୩୦ ଗାଡ଼ି ନିୟୋଜନ କରାଯାଇଛି ।

Advertisment

ଅନ୍ୟପଟେ ଜଙ୍ଗଲରେ ଫାୟାର ଲାଇନ ଚି଼ହ୍ନଟ କରିବା ସହ ଜନ ସଚେତନ କରାଯାଉଛି । ଅଧିକ ନିଆଁ ବ୍ୟାପିଲେ ଓଡ୍ରାଫ ଟିମ ସହାୟତା ନିଆଯିବ ବୋଲି କହିଛନ୍ତି ପିସିସିଏଫ୍  । 

Forest Department Forest Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ