ଏମିତି ଏକ ବିରଳ ମାଛ... ମୃତ୍ୟୁ ପରେ ବି ଫେରେ ଜୀବନ 

ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ । 

ଏମିତି ମାଛ... ମୃତ୍ୟୁ ପରେ ବି ଫେରେ ଜୀବନ

ଆପଣ ଅନେକ ପ୍ରକାରର ମାଛର ନାଁ ଜାଣିଥିବେ । କିଛି ମାଛକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାବେଳେ କିଛି ମାଛକୁ ସଉକିନ୍‌ ଭାବେ ଘରେ ମଧ୍ୟ ରଖାଯାଏ । ସାଧାରଣତଃ ପ୍ରାୟ ସମସ୍ତେ ଜାଣନ୍ତି ମାଛଟିଏକୁ ପାଣିରୁ ବାହାର କରିବା ଦ୍ୱାରା ମାଛର ମୃତ୍ୟୁ ହୋଇଥାଏ ।

ହେଲେ ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ । 

ମରିବାର ଅନେକ ଦିନ ପରେ ବି ତା’ର ଜୀବନ ଫେରିଆସେ । ଆପଣ ଦେଖୁଥିବା ଏହି ଭିଡିଓରେ ମାଛଟି ସମ୍ପୂର୍ଣ୍ଣ ଶୁଖିଯାଇଛି । ହେଲେ ସେହି ମାଛ ଉପରେ ଯେମତି ଜଣେ ବ୍ୟକ୍ତି ପାଣି ଢ଼ାଳୁଛନ୍ତି ସେ ନିଃଶ୍ୱାସ ପ୍ରଶ୍ୱାସ ନେଉଛି । 

ଆପଣ ଦେଖୁଥିବା ଏହି ମାଛର ନାଁ ହେଉଛି ହାଇପୋସ୍‌ । ଏହାକୁ ଜମ୍ବି କ୍ୟାଟଫିସ୍ ମଧ୍ୟ କୁହାଯାଏ । ଜଣାପଡ଼ିଛି ଯେ, ହାଇପୋସ୍‌ ରହିଥିବା ସ୍ଥାନରେ ଯେବେ ପାଣି ଶୁଖିଯାଏ । ସେହି ସମୟରେ ଏଇ ଦୀର୍ଘ ନିଦ୍ରାରେ ଲମ୍ବା ସମୟ ଯାଏଁ ଚାଲିଯାଏ । ଆଉ ବିନା ପାଣିରେ ଜୀବିତ ରହିଥାଏ । 

ବିନା ଜଳ ଓ ଖାଦ୍ୟରେ ଏହା ମାସ ମାସ ଧରି ନିଦ୍ରାରେ ରହିଥାଏ । ଏହାର କୌଣସି କ୍ଷତି ହୋଇନଥାଏ । ହେଲେ ଏହି ମାଛ ଉପରେ ପାଣି ବୁନ୍ଦାଏ ପଡ଼ିବା ପରେ ଏହା ପୁଣି ଜୀବନ୍ତ ହୋଇଉଠେ । ନିଦରୁ ଫେରିଆସି ପୂର୍ବପରି ପୁଣି ସେ ନିଜ କାମରେ ଲଗିପଡ଼େ ।