Advertisment

କ୍ଷତି ସହୁଛି ଜୋମାଟୋ!! ବିଦା ହେବେ ଶହଶହ କର୍ମଚାରୀ

ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍‌ ପରେ ଏବେ ଏହି ରେସ୍‌ରେ ସାମିଲ ହୋଇଯାଇଛି ଜୋମାଟୋ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି।

ଅଦ୍ୟତନ ହୋଇଛି
Zomato layoffs

Zomato

Advertisment

ଟ୍ୱିଟର୍‌, ମେଟା ପରେ ଏବେ ପାଳି ଜୋମାଟୋର । ଅନଲାଇନ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋରେ ବି ଛଟେଇ ହେବେ କର୍ମଚାରୀ । ଘରୋଇ କମ୍ପାନୀ ଉପରେ ପଡ଼ିଛି ଛଟେଇ ଚଡ଼କ । ଜାତୀୟ, ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଆରମ୍ଭ କରିଛନ୍ତି ଛଟେଇ ପର୍ବ। ଫଳରେ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି।

Advertisment

ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍‌ ପରେ ଏବେ ଏହି ରେସ୍‌ରେ ସାମିଲ ହୋଇଯାଇଛି ଜୋମାଟୋ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି। କମ୍ପାନୀର ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ କମ୍ପାନୀରେ ବିଭିନ୍ନ ବିଭାଗ ଏଥିପାଇଁ ପ୍ରଭାବିତ ହେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଜୋମାଟୋ CEO ନିଜେ ବାଇକ୍‌ ଧରି କରୁଛନ୍ତି ଫୁଡ୍‌ ଡେଲିଭରୀ

Advertisment

ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ, ଜୋମାଟୋର ଏହି ପରିସ୍ଥିତିକୁ ସମ୍ମୁଖୀନ କରୁଥିବା କର୍ମଚାରୀର ସୂଚନା ମୁତାବକ ବୈଷୟିକ, ପ୍ରଡକ୍ଟ, ଏବଂ ମାର୍କେଟିଂ ବିଭାଗର କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବା ପାଇଁ ଚେତାବନୀ ଦିଆଯାଇଛି। ଦକ୍ଷତା ଚୟନ ମାପଦଣ୍ଡରେ ୩ ପ୍ରତିଶତ କର୍ମଚାରୀ ଫଳପ୍ରଦ ନୁହନ୍ତି। ତେଣୁ ସେମାନଙ୍କୁ ବାହାର କରାଯିବ।

ମେ ୨୦୨୦ରେ ଜୋମାଟୋ ପାଖାପାଖି ୫୨୦ ଜଣ କର୍ମଚାରୀଙ୍କୁ ବିଦା କରିଥିଲା । ଅର୍ଥାତ ମୋଟ୍‌ ୱାର୍କ ଫୋର୍ସର ୧୩ ପ୍ରତିଶତ କର୍ମଚାରୀଙ୍କୁ କରୋନା ମହାମାରୀ ବିପର୍ଯୟ କାରଣରୁ ବାହାର କରାଯାଇଥିଲା । ଏହାପରେ ବର୍ତ୍ତମାନ କମ୍ପାନୀରେ ୩୮୦୦ କର୍ମଚାରୀ ରହିଛନ୍ତି ।

Advertisment

ଜୋମାଟୋର କୋ-ଫାଉଣ୍ତର ମୋହିତ ଗୁପ୍ତା ଚାରି ପାଞ୍ଚ ବର୍ଷ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଛନ୍ତି । ଗୁପ୍ତାଙ୍କ ଇସ୍ତଫା ନେଇ ଜୋମାଟୋ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପିନ୍ଦର ଗୋୟଲ ଭାବବିହ୍ୱଳ ହୋଇ କହିଛନ୍ତି ଯେ, ‘ଆପଣ ଆମର ଜଣେ ଭାଇ ଏବଂ ଦୀର୍ଘଦିନ ଧରି ଜଣେ ମୋର ଭଲ ବନ୍ଧୁ ଥିଲେ । ଆପଣ ଏହି କମ୍ପାନୀ ପାଇଁ ଅତି ଭଲ କାମ କରିଛନ୍ତି । ବ୍ୟବସାୟ ଉନ୍ନତି ଦିଗରେ ଆପଣଙ୍କ ଅବଦାନ ଅତୁଳନୀୟ । କମ୍ପାନୀର ପ୍ରଗତିରେ ଆପଣଙ୍କ ଭାଗିଦାରୀ ବେଶ ଉତ୍ସାହଜନକ । ଯାହାକୁ କେବେ ଭୁଲି ହେବ ନାହିଁ’।

ସୂଚନା ଅନୁଯାୟୀ, ଉଭୟ ଷ୍ଟାର୍ଟଅପ୍ ଏବଂ ଟେକ୍ ଶିଳ୍ପଗୁଡିକ ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ଆମାଜନ, ମେଟା ଏବଂ ଟ୍ୱିଟର ସମେତ ବଡ ବଡ଼ ବୈଷୟିକ କମ୍ପାନୀଗୁଡିକ ଭାରତ ସମେତ ବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି।

ସର୍ବଶେଷ ରିପୋର୍ଟରୁ ଜଣାପଡିଛି ଯେ ନୂତନ ଟ୍ୱିଟର ମାଲିକ ଏଲନ୍ ମସ୍କ ଆଜି ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ଯୋଜନା କରିଛନ୍ତି। ମସ୍କ ପୂର୍ବରୁ ୫୦ ପ୍ରତିଶତ କର୍ମଚରୀଙ୍କୁ ବହିଷ୍କାର କରିସାରିଛି । ୪୦୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବିଦା କରିଛନ୍ତି । କାର୍ଯ୍ୟଚାପରେ ଅସହ୍ୟ ପ୍ରାୟ ୧୨୦୦ କର୍ମଚାରୀ ଟ୍ୱିଟରରୁ ଇସ୍ତଫା ମଧ୍ୟ ଦେଇଛନ୍ତି ।

Zomato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ