Advertisment

ମୁଣ୍ଡ ନୁଆଁଉନି ୟୁକ୍ରେନ, ଅଧିକ ଆକ୍ରମଣାତ୍ମକ ହେଲେ ପୁଟିନ୍

ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି।

zelensky and putin

zelensky and putin

Advertisment

ବାରମ୍ବାର ଆଲୋଚନା ସତ୍ତ୍ୱେ ରୁଷିଆ-ୟୁକ୍ରେନ୍ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି। ଏପଟେ ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେଣେ ୟୁକ୍ରେନ ମୁଣ୍ଡ ନୁଆଁଉ ନଥିବାରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ପୁତିନ୍। ବିଧ୍ୱଂସକାରୀ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବି ପଛାଉନାହିଁ ଋଷ ସେନା।

Advertisment

ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ରାଜଧାନୀ କିଭ୍ ଓ ବ୍ୟାବସାୟିକ ନଗରୀ ଖାରକିଭ୍, ମୋରିଓପୁଲ, ଜାପୋରଜିଆ, ଲିଭିବ୍, ସୁମି ଓ ଓଡେଶା ସମେତ ସମଗ୍ର ୟୁକ୍ରେନରେ ଆକାଶମାର୍ଗରୁ ଆକ୍ରମଣ ନେଇ ସତର୍କ ସାଇରନ ଜାରି ହୋଇଛି।

ତେଣେ ବନ୍ଦରନଗର ମେରିଓପୁଲରେ ଋଷ ଯୁଦ୍ଧ ଅପରାଧ ଘଟାଉଥିବା ଅଭିଯୋଗ କରିଛନ୍ତି ଜେଲେନ୍‌ସ୍କି । ଏଠାକାର ହଜାର ହଜାର ଲୋକଙ୍କୁ ଋଷିଆ ବଳପୂର୍ବକ ନିଜ ଦେଶକୁ ନେଇ ଯାଉଥିବା ୟୁକ୍ରେନ ଅଭିଯୋଗ କରିଛି । ତେଣେ ଯୁଦ୍ଧ ବନ୍ଦ ପାଇଁ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରୁ ନାହିଁ । ସେପଟେ ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ଜେଲେନ୍‌ସ୍କି । ତେବେ ବିବାଦୀୟ ପ୍ରସଙ୍ଗ ଗୁଡିକରେ ଋଷିଆ ଓ ୟୁକ୍ରେନ ସହମତି ଆଡକୁ ଯାଉଥିବା କହିଛନ୍ତି ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲଟ କାଭୁଲୋ ।

Advertisment
Russia Ukraine Crisis RussiaUkraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ