Advertisment

ଗୁଇନ୍ଦା ରିପୋର୍ଟ ପରେ ରାଜୀବ କୁମାରଙ୍କ ବଢ଼ିଲା ସୁରକ୍ଷା, ଚାରିପଟେ ଜଗିବେ NSG କମାଣ୍ଡୋ

‘Z’ ସୁରକ୍ଷାରେ ପ୍ରାୟ ୨୨ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରୁହନ୍ତି। ଯେଉଁଥିରେ ୪ ଜଣ NSG କମାଣ୍ଡୋ ବି ଥାନ୍ତି ।

ଅଦ୍ୟତନ ହୋଇଛି
Rajeev Kumar Gets  Z security

Rajeev Kumar

Advertisment

ମୁଖ୍ୟ ନିର୍ବାଚନ କମିଶନର୍ ରାଜୀବ କୁମାରଙ୍କୁ ‘Z’ ସୁରକ୍ଷା। ଚଳିତ ମାସରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ରାଜୀବ କୁମାରଙ୍କ ସୁରକ୍ଷାକୁ ବଢ଼ାଇଛନ୍ତି । ଗତ କିଛି ଦିନ ଭିତରେ ସିଇଓଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି । ଏହାପରେ ‘Z’ ସ୍ତରର ସୁରକ୍ଷା ତାଙ୍କୁ ଦିଆଯିବ।

Advertisment

ସିଇଓ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ନିର୍ବାଚନ ବେଳେ ଏହାର ଗୁରୁତ୍ୱ ଅଧିକ ବଢ଼ିଯାଏ। ତାସହ ସୁରକ୍ଷାକୁ ନେଇ ଆଶଙ୍କା ବି ଅଧିକ ବଢ଼େ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ତାଙ୍କୁ ସୁରକ୍ଷା ଦିଆଯାଇଛି । ‘Z’ ସୁରକ୍ଷାରେ ପ୍ରାୟ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରୁହନ୍ତି। ଯେଉଁଥିରେ ୪ ଜଣ NSG କମାଣ୍ଡୋ ବି ଥାନ୍ତି ।

ସୂଚନାନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯାଇଛି। Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି। ରାଜୀବ କୁମାରଙ୍କୁ ସୁରକ୍ଷା ଦେବା ପାଇଁ CRPF କମାଣ୍ଡୋ ସମେତ ମୋଟ ୩୩ ଜଣ ସୁରକ୍ଷାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment

ଏଥିରେ ରାଜୀବ କୁମାରଙ୍କ ବାସଭବନରେ ଅବସ୍ଥାପିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ୬ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଦିନରାତି ସୁରକ୍ଷା ଯୋଗାଉଛନ୍ତି ଏବଂ ତିନିଟି ଶିଫ୍ଟରେ କାର୍ଯ୍ୟ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ମଧ୍ୟ ଅଛନ୍ତି। 

ଏଥିସହ, କୁମାରଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପ୍ରତି ଶିଫ୍ଟରେ ଦୁଇଜଣ ୱାଚର(ଜଗୁଆଳି) ଏବଂ ତିନିଜଣ ତାଲିମପ୍ରାପ୍ତ ଡ୍ରାଇଭରଙ୍କୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଛି।

Advertisment
Rajeev Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ