Advertisment

୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର, ମୃତ୍ୟୁ ପୂର୍ବରୁ ଅନ୍‌ଲାଇନ୍‌ରେ ସୁଇସାଇଡ୍‌ ନୋଟ୍‌ ପୋଷ୍ଟ୍‌

୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଛାତ୍ର ଜଣକ ଚିନ୍ତାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
YouTuber Ends Life Jumped From Third Floor In Hyderabad

YouTuber Ends Life Jumped From Third Floor In Hyderabad

୩ ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର। ହାଇଦ୍ରାବାଦରେ ଜଣେ ୨୩ ବର୍ଷୀୟ ଛାତ୍ର ଗୁରୁବାର ଦିନ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦର୍ଶକଙ୍କ ସଂଖ୍ୟା କମୁଥିବାରୁ ଛାତ୍ର ଜଣକ ଚିନ୍ତାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି। ମୃତ ଛାତ୍ର IIITM ଗ୍ୱାଲିୟରରେ ଏକ କୋର୍ସ କରୁଥିଲେ। ଏଥିପାଇଁ ସେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ। 

Advertisment

ସୂଚନା ଅନୁସାରେ, ମୃତ ଛାତ୍ର ଗ୍ୱାଲିୟରରେ ଏକ ଆପାର୍ଟମେଣ୍ଟରେ ବାପାମା’ଙ୍କ ସହ ରହୁଥିଲେ। ବୁଧବାର ରାତିରେ ତାଙ୍କ ବାପାମା’ ଘରକୁ ଫେରିବା ପରେ ଦେଖିବାକୁ ପାଇଥିଲେ ପୁଅ ରୁମ୍‌ରେ ଶୋଇଛି। ତେଣୁ ସେମାନେ ତାଙ୍କୁ ଆଉ ଉଠାଇ ନଥିଲେ। ହେଲେ ତା’ ପରଦିନ ସେ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଲେ। ଛାତ୍ରଙ୍କ ମୃତଦେହ ତଳେ ପଡ଼ିଥିବା ଦେଖି ୱାଚ୍‌ମ୍ୟାନ୍‌ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ମୃତ ଛାତ୍ରଙ୍କ ମା’ଙ୍କ ବୟାନ ଅନୁସାରେ, ଛାତ୍ର ଜଣକ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି ଏଥିରେ ସେ ଭିଡିଓ ଗେମ୍‌ କଣ୍ଟେଣ୍ଟ୍‌ ସବୁ ଅପ୍‌ଲୋଡ୍‌ କରୁଥିଲେ। ହେଲେ ଦଶର୍କଙ୍କ ସଂଖ୍ୟା କମୁଥିବାରୁ ସେ ଚିନ୍ତାରେ ରହୁଥିଲେ ଓ ନିଜକୁ ଏକାକୀ ମନେ କରୁଥିଲେ। 

Advertisment

ମୃତ୍ୟୁ ପୂର୍ବରୁ ସମ୍ପୃକ୍ତ ଛାତ୍ର ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ଯାହାକି ଅନ୍‌ଲାଇନ୍‌ରେ ସେ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ତାଙ୍କୁ କୌଣସି ସପୋର୍ଟ ମିଳୁ ନାହିଁ। ଏପରିକି କ୍ୟାରିୟରକୁ ନେଇ ଅଭିଭାବକଙ୍କ ପାଖରୁ ସଠିକ୍‌ ତତ୍ତ୍ୱାବଧାନ ମଧ୍ୟ ମିଳୁ ନାହିଁ। ଯେଉଁଥିପାଇଁ ସେ ଚିନ୍ତାରେ ଅଛନ୍ତି। ଏହାସହ ତାଙ୍କ ଜୀବନରେ ଘଟିଥିବା ଅନେକ ସଂଘର୍ଷମୟ ଘଟଣା ସବୁ ସେ ଉଲ୍ଲେଖ କରିଛନ୍ତି। 

YouTuber Ends Life
Advertisment
Advertisment