Advertisment

ଏକାଠି ରିଲ୍ସ କରୁଥିଲେ...ସାମାନ୍ୟ ଝଗଡ଼ାରୁ ୭ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର ଯୋଡ଼ି

ଉଭୟ ଡେରାଡୁନରୁ ଫେରିବା ପରେ ବାହାଦୂରଗଡରର ଫ୍ଲାଟରେ ଆଉ ୫ଜଣ ଟିମ୍ ମେମ୍ୱରଙ୍କ ସହ ଥିଲେ। ଘଟଣା ଘଟିବା ଦିନ ଉଭୟ ଏକ ସୁଟରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

YouTuber couple jumps off 7th floor

YouTuber couple jumps off 7th floor

Advertisment

ଆଜିକାଲି ରିଲ୍ସ ନିଶା ସମସ୍ତଙ୍କୁ ଘାରିଛି। ପ୍ରାୟ ଅଧିକାଂଶ ଲୋକ ରିଲ୍ସ କରିବାକୁ ପସନ୍ଦ କରୁଛନ୍ତି। ଏଥିରୁ କିଛି ଭାଇରାଲ୍ ହୋଇଗଲେ ସେମାନେ ଫେମସ ବି ହୋଇଯାଉଛନ୍ତି। ତେବେ ରିଲ୍ସ କରୁଥିବା ଏକ ୟୁଟବର ଯୋଡି ୭ମହଲାରୁ ଡେଇଁ ଜୀବନ ହାରିଛନ୍ତି। ସାମାନ୍ୟ ବଚସାରେ ଉଭୟ ଏପରି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ସୂଚନା ଦେଇଛି।

Advertisment

ମୃତ ୟୁଟ୍ୟୁବର ଯୋଡି ହେଲେ ଗାର୍ଭିତ୍ ଓ ନନ୍ଦିନୀ। ଉଭୟ ହରିୟାଣାର ବାହାଦୂରଗଡର ଏକ ଫ୍ଲାଟରେ ଏକାଠି ରହୁଥିଲେ। ସେମାନେ ୟୁଟ୍ୟୁବ୍ ଏବଂ ଫେସବୁକରେ ରିଲ୍ସ କରୁଥିଲେ। ଉଭୟ ଡେରାଡୁନରୁ ଫେରିବା ପରେ ବାହାଦୂରଗଡରର ଫ୍ଲାଟରେ ଆଉ ୫ଜଣ ଟିମ୍ ମେମ୍ୱରଙ୍କ ସହ ଥିଲେ। ଘଟଣା ଘଟିବା ଦିନ ଉଭୟ ଏକ ସୁଟରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଉଭୟ ସନ୍ଧ୍ୟା ପ୍ରାୟ ୬ଟା ବେଳେ ବିଲ୍ଡିଂରୁ ଛାତ ଉପରକୁ ଯାଇ ଡେଇଁ ପଡିଥିବା ଜଣାପଡିଛି।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପରିବାର ସଦସ୍ୟଙ୍କ ବିବୃତ୍ତି ଆଧାରରେ ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏକ ଫରେନସିକ୍ ଟିମ୍ ମାମଲାର ଯାଞ୍ଚ କରୁଛନ୍ତି। ବିଲଡିଂ ଭିତରୁ ଏବଂ ଆଖପାଖରୁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Advertisment
Suicide Attempt Couple Died
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ