• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫାସ୍‌ଟାଗ୍ ସମ୍ବନ୍ଧରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏକ ବଡ ପରିବର୍ତ୍ତନ କରିଛି। ଜାନୁଆରୀ ୩୧ ଥିଲା ଫାଷ୍ଟାଗ୍ KYC ର ଶେଷ ଦିନ । ଯଦି ଆପଣ ୩୧ ଜାନୁଆରୀ ସୁଦ୍ଧା ଆପଣଙ୍କର KYC ଅପଡେଟ୍ କରିନାହାନ୍ତି, ତେବେ ଆପଣଙ୍କର ଫାଷ୍ଟାଗ୍ ଆଉ କାମ କରିବ ନାହିଁ । ଯଦି ଆପଣ ଫାସ୍‌ଟାଗ୍ KYC ପୂରଣ କରିପାରୁ ନାହାନ୍ତି, ତେବେ ଆପଣଙ୍କୁ ଫେବୃଆରୀ ୧ରୁ ଡବଲ ଟୋଲ୍ ଦେୟ ଦେବାକୁ ପଡିବ । କିନ୍ତୁ ଆପଣ ଉଭୟ ଅଫଲାଇନ୍ ଏବଂ ଅନ୍‌ଲାଇନ୍ ମାଧ୍ୟମରେ KYC ଅପଡେଟ୍ କରିପାରିବେ ।

ଡିଆକ୍ଟିଭ୍‌ ହୋଇଯିବ ଫାସ୍‌ଟାଗ୍‌:

ଫାସ୍‌ଟାଗ୍‌ ବ୍ୟବହାରକାରୀଙ୍କୁ 'ଗୋଟିଏ ଯାନ, ଗୋଟିଏ ଫାସ୍‌ଟାଗ୍‌' ପାଳନ କରିବାକୁ ପଡିବ ଏବଂ ପୂର୍ବରୁ ନିଜ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଜାରି କରାଯାଇଥିବା ସମସ୍ତ ଫାସ୍‌ଟାଗ୍‌ ଗୁଡ଼ିକୁ କ୍ୟାନ୍‌ସଲ କରିବାକୁ ପଡିବ । ଏବେ କେବଳ ନୂଆ ଫାଷ୍ଟାଗ୍ ଆକାଉଣ୍ଟ ହିଁ ସକ୍ରିୟ ରହିବ । କାରଣ ପୂର୍ବ ଫାସ୍‌ଟାଗ୍‌ଗୁଡିକୁ ୩୧ ଜାନୁଆରୀ ୨୦୨୪ ପରେ ନିଷ୍କ୍ରିୟ ବା ବ୍ଲାକ୍‌ଲିଷ୍ଟ କରିଦିଆଯିବ ।

ଜାତୀୟ ରାଜପଥରେ ନିର୍ମିତ ରାସ୍ତାରେ ଯାତ୍ରା କରୁଥିବାବେଳେ ସମସ୍ତଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ଟୋଲ ଟ୍ୟାକ୍ସ ଦେବାକୁ ପଡିଥାଏ । ଏହି ସମୟରେ, ଲମ୍ବା ଜାମ ଏବଂ ଅସୁବିଧାକୁ ଏଡାଇବା ପାଇଁ FASTag ବ୍ୟବସ୍ଥା ଆରମ୍ଭ କରାଯାଇଛି । ଆପଣଙ୍କ ଗାଡିରେ ଥିବା FASTag ଷ୍ଟିକର ମାଧ୍ୟମରେ ଟୋଲ ବୁଥରେ ଥିବା ସେନ୍ସର / ସ୍କାନର ଦ୍ୱାରା ଟୋଲ ଟ୍ୟାକ୍ସ କଟାଯାଇଥାଏ ।

ତେବେ ‘ୱାନ୍ ଭେଇକିଲ ୱାନ୍ ଫାସ୍‌ଟ୍ୟାଗ୍’ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ- NHAI । ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।

ୱାନ୍ ଭେଇକିଲ ୱାନ୍ ଫାସ୍‌ଟ୍ୟାଗ୍ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ୩୧ ସୁଦ୍ଧା ଗାଡ଼ି ମାଲିକଙ୍କୁ ସେମାନଙ୍କ ଫାସ୍‌ଟ୍ୟାଗ୍ ପାଇଁ KYC ପୂରଣ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ନଚେତ୍ ଫାଷ୍ଟଟ୍ୟାଗରେ ବାଲାନ୍ସ ଥିଲେ ବି ଅସଂପୂର୍ଣ୍ଣ KYC ଥିବା ଫାସ୍‌ଟ୍ୟାଗ୍ ନିଷ୍କ୍ରିୟ ବା ବ୍ଲାକଲିଷ୍ଟ କରିଦେବେ ବ୍ୟାଙ୍କ ବୋଲି କୁହାଯାଇଥିଲା ।

ଦେଶରେ ଏବେ ୮ କୋଟିରୁ ଅଧିକ ଫାସଟାଗ୍ ଉପଭୋକ୍ତା ଅଛନ୍ତି। ପ୍ରାୟ ୯୮ ପ୍ରତିଶତ ଗାଡ଼ିରେ ଫାଷ୍ଟଟାଗ୍ ଲାଗିଛି । ତେବେ ୱାନ ଭେଇକିଲ ୱାନ ଫାସ୍‌ଟ୍ୟାଗ୍ କାର୍ଯ୍ୟକ୍ରମ, ଟୋଲ୍ ପ୍ଲାଜାରେ କିଭଳି ସୁଧାର ଆଣୁଛି, ତାହା ଦେଖିବାକୁ ବାକି ରହିଲା।