Advertisment

ପତଞ୍ଜଳିକୁ ପୁଣି ଝଟ୍‌କା ! ରାମଦେବଙ୍କ କ୍ଷମା ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ଆମେ ସାର୍ବଜନୀନ କ୍ଷମାପ୍ରାର୍ଥନା ପାଇଁ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ ସେମାନଙ୍କ ଓକିଲ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୩ରେ ହେବ।

Patanjali, Supreme Court

Patanjali, Supreme Court

Advertisment

ଆପଣ ଭଲକାମ କରୁଥାଇପାରନ୍ତି, କିନ୍ତୁ ଆଲୋପାଥିକୁ ନୀଚ୍ଚା ଦେଖାଇପାରିବେ ନାହିଁ । ଆପଣ ଆଦୌ ନିରୀହ ନୁହଁନ୍ତି। ପୁଣି ଥରେ ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରିବା ସହ ଏହା କହିଛନ୍ତି ସର୍ବୋଚ୍ଚ ଅଦାଲତ। ଭ୍ରମାତ୍ମକ ବିଜ୍ଞାପନ ସଂପର୍କରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ମାମଲାର ଶୁଣାଣି ବେଳେ ଯୋଗ ଗୁରୁଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।

Advertisment

ଶୁଣାଣି ବେଳେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣ ଉପସ୍ଥିତ ଥିଲେ। ଉଭୟ ବ୍ୟକ୍ତିଗତ ରୂପେ କୋର୍ଟରେ କ୍ଷମା ମାଗିଥିଲେ। ହେଲେ ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ। ରାମଦେବଙ୍କ "ଦାୟିତ୍ୱହୀନ ଆଚରଣ" ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଭ୍ରମାତ୍ମକ ବିଜ୍ଞାପନର ପ୍ରସାରଣ ଅଭିଯୋଗରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ବା ଆଇଏମ୍ଏ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟପକ୍ଷରେ ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ, ଆଲୋପାଥିକୁ ନିଚ୍ଚା ଦେଖାଇବା ଆମର ଉଦ୍ଦେଶ୍ୟ ନଥିଲା । ଆମେ ୫ ହଜାରରୁ ଅଧିକ ପ୍ରକ୍ରିୟାର ଗବେଷଣା କରିଥିଲୁ । ଏଥିସହ ଆମେ ସାର୍ବଜନୀନ କ୍ଷମାପ୍ରାର୍ଥନା ପାଇଁ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ ସେମାନଙ୍କ ଓକିଲ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୩ରେ ହେବ।

Advertisment
Supreme Court Patanjali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ