Advertisment

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ, ନିଜ ନାଁରେ କଲେ ୨ ନୂଆ ରେକର୍ଡ

ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।

Jogi Adityanath

Jogi Adityanath

Advertisment

ପୁଣି ଆରମ୍ଭ ହେଲା ଯୋଗୀ ରାଜ । ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଯୋଗୀ ଆଦିତ୍ୟନାଥ । ଉଭୟ ସାସ୍ତ୍ର ଏବଂ ଶସ୍ତ୍ରର ଜ୍ଞାନ ରଖୁଥିବା ଯୋଗୀ ପୁଣି ଥରେ ୟୁପିରେ ଆରମ୍ଭ କଲେ ରାଜ୍ । ଏଥର ମଧ୍ୟ ତାଙ୍କ ଶାସନରେ ରହିବେ ଦୁଇ ଉପ-ମୁଖ୍ୟମନ୍ତ୍ରୀ । ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

Advertisment

ତେବେ ୨ୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହେଲେ କେଶବ ପ୍ରସାଦ ମୌର୍ଯ୍ୟ । ବ୍ରିଜେଶ ପାଠକ ବି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ଲକ୍ଷ୍ନୌ ବାଜପେୟୀ ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ସଭାପତି ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି ।

ବିଧାନସଭା ନିର୍ବାଚନ ହାରିଥିବା କେଶବ ମୌର୍ଯ୍ୟ ଆଜି ଯୋଗୀଙ୍କ ଡେପୁଟି ଭାବେ ଶପଥ ନେଇଛନ୍ତି । ପୂର୍ବରୁ ମଧ୍ୟ ସେ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଯୋଗୀଙ୍କ ପ୍ରଥମ ଶାସନ କାଳରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦୀନେଶ ଶର୍ମା ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଯୋଗୀ ୨.୦ ସରକାରରେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ବ୍ରିଜେଶ ପାଠକଙ୍କୁ ଦେଖିବାକୁ ମିଳିଛି ।

Advertisment

ଯୋଗୀଙ୍କ ବ୍ୟତୀତ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଆଉ ୫୨ ଜଣ ମଧ୍ୟ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ସେହିପରି ଯୋଗୀଙ୍କ ନୂଆ ଟିମ୍‌ରେ ୫ ଜଣ ମହିଳା ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀରୁ ୩ ଜଣ ବିଧାୟକ ଯୋଗୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ମୋଦିଙ୍କ ଘନିଷ୍ଠ ଏକେ ଶର୍ମା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହବାଦ ବିଜେପିର ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ମଧ୍ୟ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ।

ଯୋଗୀ ୩୭ ବର୍ଷ ମଧ୍ୟରେ ପ୍ରଥମ ରାଜନେତା ଯିଏ ୫ ବର୍ଷ ଶାସନ କାଳ ପୂରଣ କରିବା ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି । ଏଥିସହ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି । ୧୫ ବର୍ଷ ମଧ୍ୟରେ ସେ ପ୍ରଥମ ବିଧାୟକ ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

Advertisment

୨୦୧୭ରେ ଯୋଗୀ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ । ଅର୍ଥାତ ସେ ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇ ନଥିଲେ । ଏଥର କିନ୍ତୁ ଯୋଗୀ ଗୋରଖପୁର ଆସନରୁ ଜିତିଛନ୍ତି ।

Yogi Adityanath Lucknow UP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ