Advertisment

Yoga Guru Ramdev: ପ୍ଲେନ କ୍ରାସ୍‌ ପଛରେ ଅଛି କି ଷଡ଼ଯନ୍ତ୍ର ? କାହିଁକି ଏମିତି କହିଲେ ବାବା ରାମଦେବ

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛରେ ଶତ୍ରୁ ରାଷ୍ଟ୍ର ତୁର୍କୀର ଷଡ଼ଯନ୍ତ୍ର ଥିବା ଆଶଙ୍କା କଲେ ଯୋଗଗୁରୁ ବାବା ରାମଦେବ । ଯେହେତୁ ଭାରତ ସହ ତୁର୍କୀର ସଂପର୍କ ଭଲ ନାହିଁ, ତେଣୁ ପ୍ରତିଶୋଧ ନେଇ ଥାଇପାରେ କହିଲେ ।

Ramdev on Plane Crash

Ramdev on Plane Crash

Advertisment

କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆର ଅତ୍ୟାଧୁନିକ ବିମାନ 171 ? ଟେକ୍‌ ଅଫ୍‌ର ମାତ୍ର ୩୨ ସେକେଣ୍ଡରେ ଇଞ୍ଜିନରେ କେମିତି ହେଲା ଗଡ଼ବଡ଼ ? ଅହମ୍ମଦାବାଦରେ ଭୟାବହ ବିମାନ ଦୁର୍ଘଟଣାର ଏବେ ଚାଲିଛି କାରଣ ଖୋଜା । ନିଇତି ନୂଆ ନୂଆ ସମ୍ଭାବ୍ୟ କାରଣ ସାମ୍ନାକୁ ଆସୁଥିବା ବେଳେ ଏତେ ବଡ଼ ଦୁର୍ଘଟଣା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି ଯୋଗଗୁରୁ ବାବା ରାମଦେବ । ଏହା ପଛରେ ତୁର୍କୀର ହାତ ଥିବା ସେ ସନ୍ଦେହ କରିଛନ୍ତି । ଏହି ଏୟାରକ୍ରାଫ୍ଟଟର ରକ୍ଷାବେକ୍ଷଣ ତୁର୍କୀର ଏକ ଏଜେନ୍ସି ଦାୟିତ୍ୱ ନେଇଥିବା ରାମଦେବ କହିଛନ୍ତି । 

Advertisment

ବାବା ରାମଦେବ ଆଶଙ୍କା କରିଛନ୍ତି, ''ବିମାନର ମେଣ୍ଟେନାନସ୍ ଓ ସର୍ଭିସ୍ କାମ ତୁର୍କୀର ଏକ ସଂସ୍ଥା ହାତରେ ଥିଲା । ଯେହେତୁ ଭାରତ ସହ ତୁର୍କୀର ସଂପର୍କ ଭଲ ନାହିଁ, ତେଣୁ ଏ ବାଟରେ ପ୍ରତିଶୋଧ ନେଇ ଥାଇପାରେ । ଦୁର୍ଘଟଣାର ତଦନ୍ତ କରୁଥିବା ଏଜେନ୍ସି ଏହା ଉପରେ ବି ନଜର ରଖିବା ଦରକାର ।''

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତକୁ ଆହୁରି ତୀକ୍ଷ୍ଣ ନଜର ରଖିବାକୁ ହେବ । ଏଭଳି ସମ୍ବେଦନଶୀଳ କ୍ଷେତ୍ରରେ ବିଦେଶୀ ଏଜେନ୍ସିର ସହାୟତା ନେବା ବନ୍ଦ ହେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି ରାମଦେବ ।

ଅଧିକ ପଢ଼ନ୍ତୁ: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

ଗତ ଗୁରୁବାର ଦିନ ଏୟାର ଇଣ୍ଡିଆର ବୋଇଂ 787-8 ବିମାନ ଅହମ୍ମଦାବାଦ ମେଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟେକ୍-ଅଫ୍‌ର ମାତ୍ର ୫ ମିନିଟ୍‌ରେ କ୍ରାସ୍ ହୋଇଯାଇଥିଲା । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । କେବଳ ଜଣେ ଯାତ୍ରୀଙ୍କୁ ଛାଡି ଅନ୍ୟ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି । ବିମାନ ବିଜେ ମେଡିକାଲ କଲେଜ ହଷ୍ଟେଲରେ ମାଡ଼ ହୋଇଥିଲା । ଏଥିରେ ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଦୁଃଖଦ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି ।

Advertisment
Plane Crash Yoga Guru Ramdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ