କାଜୁଆଲ ଫ୍ରାଇଡେ ସମସ୍ତେ ଜାଣିଛନ୍ତି, ଏବେ ଆସିଲା ରିଙ୍କିଲ ମଣ୍ଡେ..!

CSIR ଅଧିକାରୀମାନେ କହିଛନ୍ତି ଏମିତି ନିୟମ ଦ୍ୱାରା ଶକ୍ତି ସଞ୍ଚୟ ହେବ । ତେଣୁ ଏହି ପଦକ୍ଷେପ ନିଆଯାଇଛି । ଏହି ଦିନ କର୍ମଚାରୀମାନେ ବିନା ଆଇରନ୍ ଦିଆ ପୋଷାକ ପିନ୍ଧି ଆସିବେ ଅଫିସ ।

Rinkle Monday

କର୍ପୋରେଟ୍ ଜଗତରେ ଆମେ ସମସ୍ତେ କାଜୁଆଲ୍ ଶୁକ୍ରବାର ବିଷୟରେ ଶୁଣିଛୁ । କିନ୍ତୁ ଏବେ ଏକ ଶବ୍ଦ ଭାରତରେ ଆରମ୍ଭ ହୋଇଛି । ତାହା ହେଲା ରାଙ୍କିଲ୍‌ସ ମଣ୍ଡେ । ଅର୍ଥାତ ଲୋଚା ବା କୁଞ୍ଚନ ସୋମବାର । ଭାରତର ପ୍ରମୁଖ ଅନୁସନ୍ଧାନ ସଂଗଠନ, କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ର କର୍ମଚାରୀମାନଙ୍କୁ ସପ୍ତାହର ପ୍ରଥମ ଦିନରେ କୁଞ୍ଚିତ ପୋଷାକ ପିନ୍ଧିବାକୁ କୁହାଯାଇଛି । ଅର୍ଥାତ୍‌ ରିଙ୍କଲ ପୋଷାକ ପିନ୍ଧିବାକୁ କୁହାଯାଇଛି ।

ପରିବେଶକୁ ଦୃଷ୍ଟିରେ ରଖି ଏଭଳି ନିୟମ କରାଯାଇଛି । ଜଳବାୟୁ ପରିବର୍ତ୍ତନ ବିରୋଧରେ ପ୍ରତୀକାତ୍ମକ ଲଢ଼େଇ ଭାବରେ 'ରିଙ୍କଲ ଅଛେ ହେଁ' ଭଳି ଅଭିଯାନ ଆରମ୍ଭ କରାଯାଇଛି ।

CSIR ଅଧିକାରୀମାନେ କହିଛନ୍ତି ଏମିତି ନିୟମ ଦ୍ୱାରା ଶକ୍ତି ସଞ୍ଚୟ ହେବ । ତେଣୁ ଏହି ପଦକ୍ଷେପ ନିଆଯାଇଛି । ଏହି ଦିନ କର୍ମଚାରୀମାନେ ବିନା ଆଇରନ୍ ଦିଆ ପୋଷାକ ପିନ୍ଧି ଆସିବେ ଅଫିସ ।

କେତେ ଦିନ ଚାଲିବ ଅଭିଯାନ ?

ସ୍ୱଚ୍ଛତା ଅଭିଯାନକୁ ଆଖି ଆଗରେ ରଖି ମେ’ ୧ରୁ ୧୫ ତାରିଖ ଯାଏଁ ଏହି ଅଭିଯାନ ଚାଲିବ । ଅନ୍ୟପଟେ CSIR ପକ୍ଷରୁ ଏବେ ସାରା ଦେଶରେ ଥିବା ସବୁ ଲାବରୋଟୋରୀରେ ଶକ୍ତି ସଂରକ୍ଷଣ ବା ବିଦ୍ୟୁତ ସଞ୍ଚୟ ପାଇଁ ଆହ୍ୱାନ ଦିଆଯାଇଛି ।

ଏହି ଅଭିଯାନର ପ୍ରଥମ ଲକ୍ଷ୍ୟ ଥିଲା କାର୍ଯ୍ୟସ୍ଥଳରେ ୧୦ ପ୍ରତିଶତ ବିଦ୍ୟୁତ ଖର୍ଚ୍ଚ କମ୍‌ କରିବା । ଏହି ଏସ୍‌ଓପି ଜୁନ୍-ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ଲାଗୁ କରାଯିବ ବୋଲି ଯୋଜନା କରାଯାଇଛି ।

CSIR କ’ଣ ?

ବିଭିନ୍ନ ବୈଜ୍ଞାନିକ ଏବଂ ବୈଷୟିକ କ୍ଷେତ୍ରରେ ଏହାର ଅଗ୍ରଣୀ ଅନୁସନ୍ଧାନ ଏବଂ ବିକାଶ ପାଇଁ ଜଣାଶୁଣା, CSIR ହେଉଛି ଭାରତର ପ୍ରମୁଖ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ । CSIRର ୩୭ଟି ନ୍ୟାସନାଲ ଲାବୋରେଟୋରୀକୁ ନେଇ ଏକ ବିଶାଳ ନେଟୱାର୍କ ରହିଛି । ଏଥିରେ ୪୧୬୨ ବୈଷୟିକ ଏବଂ ସହାୟକ କର୍ମଚାରୀଙ୍କ ସହିତ ୩୫୨୧ ସକ୍ରିୟ ବୈଜ୍ଞାନିକ ରହିଛନ୍ତି ।